ଆଞ୍ଚଳିକ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ Angul OnlineAugust 8, 2021August 8, 2021 ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ ମୁଦି ନାମକ ବ୍ୟକ୍ତି ତାଳଚେରରୁ ବଲହର ଅଭିମୁଖେ ମୋଟରସାଇକେଲ(ଓଡ଼ି୦୧ଏ ଏଲ୧୩୨୨)ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହମ୍ମଦ ମୁଦିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ତାହଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ କରୁଛି । ମୃତ ମହମ୍ମଦ ମୁଦି ତାଳଚେର ପୌରାଞ୍ଚଳରେ ଭଡାରେ ରହି ବ୍ୟବସାୟ କରୁଥିବାର ସୂଚନା ମିଳିଛି । Advertisement
ହାତୀ ମୃତ୍ୟୁ ପରେ ବନ ବିଭାଗର ଚଢ଼ାଉ : ଶିକାର ସାମଗ୍ରୀ ସହ ହରିଣ ସିଙ୍ଗ ଆଦି ଜବତ ଛେଣ୍ଡିପଦା – ବନବିଭାଗର ଜୀବଉଦୟ ମିଶନରେ ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ୍ କତଡ଼ା ହରିଜନ ସାହି ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ…
ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା…
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…