ଅପରାଧ ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ Angul OnlineMay 2, 2023May 2, 2023 ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ । ସୂଚନା ଅନୁସାରେ ଦୁଇ ମାସ ତଳେ ଜଗନ୍ନାଥପୂର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଝିଅ ଲିଜା ବେହେରା ସାନଜୋରଡା ଗ୍ରାମର ଦୁର୍ଲଭ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ତେବେ ଏହି ଦୁଇ ମାସ ଭିତରେ ନବ ବଧୂକୁ ଯୌତୁକ ବାବଦରେ ଏକ ଏସି ଓ କିଛି ଟଙ୍କା ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ଗତକାଲି ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିକ୍ରମପୁର ଥାନାରେ ପୁଅ ଘର ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ପରିବାରର କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । Advertisement
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ…