ଅପରାଧ ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ Angul OnlineMay 2, 2023May 2, 2023 ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ । ସୂଚନା ଅନୁସାରେ ଦୁଇ ମାସ ତଳେ ଜଗନ୍ନାଥପୂର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଝିଅ ଲିଜା ବେହେରା ସାନଜୋରଡା ଗ୍ରାମର ଦୁର୍ଲଭ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ତେବେ ଏହି ଦୁଇ ମାସ ଭିତରେ ନବ ବଧୂକୁ ଯୌତୁକ ବାବଦରେ ଏକ ଏସି ଓ କିଛି ଟଙ୍କା ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ଗତକାଲି ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିକ୍ରମପୁର ଥାନାରେ ପୁଅ ଘର ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ପରିବାରର କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । Advertisement
ଦୁଇ ସାଇବର ଠକଙ୍କୁ ରାଜସ୍ଥାନରୁ ବାନ୍ଧିଲା ଅନୁଗୁଳ ପୁଲିସ ଅନୁଗୁଳ – ଅନୁଗୁଳ ପୁଲିସକୁ ପୁଣି ଏକ ସଫଳତା ମିଳିଛି । ସାଇବର ଅପରାଧରେ ସମ୍ପୃକ୍ତ ଦୁଇ ଜଣ ଅପରାଧୀଙ୍କୁ ରାଜସ୍ଥାନରୁ ଗିରଫ କରିଛି । ସୂଚନା…
ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତର…
ତିନି ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ…