ଅପରାଧ ଅର୍ଥ ହେରେଫର ଅଭିଯୋଗ – ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ Angul OnlineSeptember 9, 2021September 9, 2021 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କିରାଣୀ କମ କ୍ୟାସିୟରଙ୍କୁ ବଅଁରପାଳ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ଦୁଇ ବର୍ଷ ହେବ ଶିଶୁ ମହିଳା ବିକାଶ କାର୍ଯ୍ୟାଳୟରେ କ୍ୟାସିୟର ଭାବେ ଯୁଗଳ ଅନୁରାଗ ନାୟକ ଯୋଗ ଦେବା ପର ଠାରୁ ବିଭିନ୍ନ ପ୍ରକାର ଦୁର୍ନତି ନେଇ ଅଧିକାରୀ ମାନେ ଅନୁମାନ କରିଥିଲେ । ଶିଶୁ ମହିଳା ବିକାଶ କାର୍ଯ୍ୟାଳୟରେ ଅଧିକାରୀ ଭାବେ ତା ୧୨/୦୧/୨୦୨୧ ରିଖ ରେ ଲିଲି ଦାସ ଯୋଗ ଦେଇଥିଲେ । ଏହା ପରେ ସିନିୟର ବରିଷ୍ଠ କିରାଣୀ କମ କ୍ୟାସିୟର ଯୁଗଳ ଅନୁରାଗ ନାୟକଙ୍କୁ ଖାତା ଅପଡେଟ କରିବା ପାଇଁ କହିବା ପରେ ମଧ୍ୟ ବିଭିନ୍ନ ବାହାନା କରି ଅପଡେଟ୍ କରିନଥିଲେ । ଏହା ପରେ ସିଡିପିଓ ଦୁର୍ନୀତି ହୋଇଥିବା ସନ୍ଦେହ କରି ବ୍ୟାଙ୍କରେ ନିଜେ ଖାତା ଅପଡେଟ କରିବା ପରେ ପ୍ରାୟ ଛଅ ଲକ୍ଷ ଚବିଶ ହଜାର ଟଙ୍କା ହିସାବ ଠିକ ନଥିବା ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ଟଙ୍କା ଯୁଗଳ ହଡ଼ପ କରିଥିବା ଜାଣିବାକୁ ପାଇ ସିଡିପିଓ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ କ୍ୟାସିୟର ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଅଁରପାଳ ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଦଫା ୪୦୯/୪୬୮/୪୨୦ରେ ବରିଷ୍ଠ କିରାଣୀ କମ କ୍ୟାସିୟର ଯୁଗଳ ଅନୁରାଗ ନାୟକଙ୍କୁ ବଅଁରପାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ…
ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା…
୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜ଼ିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ବିଭାଗ । ସୂଚନା…