ମୁଖ୍ୟ ଖବର ଆଉ ଏକ ବେନିୟମ ମଲକୁ ସିଲ୍ କଲା ପୌରପାଳିକା Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଆଜି ପ୍ରଶାସନ ସିଲ କରିଛି । ସିଲ୍ ହୋଇଥିବା ଏହି ମଲଟି ଅନୁଗୁଳ ତାଳଚେର ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ନିକଟରୁ ଗୋଟିଏ ମହଲାର ଅନୁମତି ଅଣାଯାଇଥିବା ବେଳେ ବେଆଇନ ଭାବେ ୩ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇଥିଲା । ଏଥିସହ ଟ୍ରେଡ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି । ତେବେ ଏନେଇ ମଲ ମାଲିକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଖାତିର କରିନଥିଲେ । ଫଳରେ ଅନୁଗୁଳ ପୌରପାଳିକା ଓ ତାମଡା ପକ୍ଷରୁ ସନ୍ଧ୍ୟାରେ ମଲରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବାହାର କରିଥିଲେ । ଏହାପରେ ମଲକୁ ସିଲ୍ କରାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି । Advertisement
ମୋଟର ସାଇକେଲକୁ ଧକ୍କା ଦେଇ ଓଲଟିଲା ପିକନିକ ବସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡାରୁ ବାୟାଣୀପୀଠ ରାସ୍ତାର ମା ହିଙ୍ଗୁଳାଙ୍କ ପୀଠ ନିକଟରେ ଏକ ପିକନିକ ବସ ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତାର…
୧୨ ଫୁଟ ଅହିରାଜ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ…
ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲେ ଗ୍ରାମବାସୀ ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କଲେ…