ଅପରାଧ ଡ୍ରେନ ସଫେଇକୁ ନେଇ ଉତ୍ତେଜନା – ଗାଁ ମଝିରେ ବୁଲିଲା ଟାଙ୍ଗିଆ(ଭିଡିଓ) Angul OnlineJuly 28, 2021July 28, 2021 ଛେଣ୍ଡିପଦା – ରାସ୍ତା ମଝିରେ ବୁଲେଇଲା ଟାଙ୍ଗିଆ । ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟସ୍ଥ ବେହେରା ସାହିରେ । ସୂଚନା ଅନୁସାରେ ଡ୍ରେନ ସଫେଇକୁ ନେଇ ଏହି ଉତ୍ତେଜନା ଦେଖାଦେଇଛି । ମେଲେରିଆ ଓ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରେନ ସଫା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଥିଲା । ଉକ୍ତ ଡ୍ରେନ ଗୁଡିକୁ ସଫା କରିବା ପାଇଁ ଗ୍ରାମର ଥିବା ମହିଳା ସଂଘ ମାନେ ଅଣ୍ଟା ଭିଡିବା ସହିତ ବୁଧବାର ସକାଳେ ଡ୍ରେନ କାମ ଆରମ୍ଭ କରିଥିଲେ ।ଏହି ଡ୍ରେନ କାମ ଗ୍ରାମର ସ୍ବରୁପ ସାହୁ ନାମକ ଜଣେ ଯୁବକଙ୍କ ଘର ସମ୍ମୁଖରେ ଚାଲୁଥିବା ବେଳେ ସେ ମହିଳା ମାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଆଉ ଉତକ୍ଷିପ୍ତ ହୋଇ ସ୍ବରୁପ ଘରୁ ଏକ ଟାଙ୍ଗିଆ ଆଣି ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ମଝିରେ ଟାଙ୍ଗିଆ ବୁଲାଇ ଥିଲା । ଯା ଫଳରେ ମହିଲାମାନେ ଡ୍ରେନ ସଫେଇ କାର୍ଯ୍ୟକୁ ବନ୍ଦ କରିବା ସହିତ ରାତିରେ ସ୍ବରୁପ ସାହୁ ନାମରେ ଗ୍ରାମରେ ସଭା କରାଯାଇଥିଲା । ରାତିରେ ଏହି ସଭା ଚାଲିଥିବା ବେଳେ ମଧ୍ୟ ପୁଣି ଟାଙ୍ଗିଆ ଆଣି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସଭା ମଧ୍ୟରେ ଟାଙ୍ଗିଆ ବୁଲାଇଥିଲା । ଏଥିରେ ଗ୍ରାମବାସୀ ଭୟଭିତ ହେବା ସହିତ ୫୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ରିପୁକୁ ତୁରନ୍ତ ଗିରଫ କରିବା ଦାବିରେ ଛେଣ୍ଡିପଦା ଥାନାର ଦ୍ବାରସ୍ଥ ହୋଇଛନ୍ତି । https://angulonline.com/odia/wp-content/uploads/2021/07/WhatsApp-Video-2021-07-28-at-23.25.36.mp4 Advertisement
ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା…
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…
ଦୁଇ ମୋବାଇଲ ଫୋନ ଚୋର ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…