ଆଞ୍ଚଳିକ ଆୟୁର୍ବେଦ ଦିବସ ପାଳିତ Angul OnlineOctober 25, 2022October 25, 2022 ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ ଟି ଟି ହାଇ ସ୍କୁଲ ପରିସରରେ ପିଲାମାନଙ୍କୁ ନେଇ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏଥିରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଶାଲୋକ ଚିକତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା ଭାରତୀ ସିଂହ ଓ ମୁଖ୍ୟ ବକ୍ତା ଭାବେ ଡା ଶାନ୍ତନୁ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ମିଶ୍ର ଓ ଗୋପୀନାଥ ସାରଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ତଥା ଡାକ୍ତରଖାନାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଥିରେ ଜାତୀୟ ଆୟୁର୍ବେଦ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହର ଦିନ ହର ଘର ଆୟୁର୍ବେଦ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଆୟୁର୍ବେଦ ଆହାର ଓ ଦିନଚର୍ଯ୍ୟା ବିଷୟରେ ଡା ସାହୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । କେତେକ ଔଷଧୀୟ ବୃକ୍ଷ ତଥା ଘୃତ କୁମାରୀ, ଡାଲଚିନି, ଅଁଳା, ପୋଦିନା , ପିପଳି ଓ ରକ୍ତ ଚନ୍ଦନର ଔଷଧୀୟ ଗୁଣ ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି । Advertisement
ଟ୍ରକ ସହ ମୋଟରସାଇକେଲ ଧକ୍କା – ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନହିଁସର ଛକଠାରେ ଅପରାହ୍ନରେ ଏକ ଟ୍ରକ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ମଟରସାଇକେଲ…
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ସେଣ୍ଟ୍ରାଲ ଗଣେଶ ପୂଜା କମିଟି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ମିଶ୍ରପଡା ସ୍ଥିତ ଏକ ହୋଟେଲର ହଲରେ ଅନୁଗୋଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ…