ଆଞ୍ଚଳିକ ଆୟୁର୍ବେଦ ଦିବସ ପାଳିତ Angul OnlineOctober 25, 2022October 25, 2022 ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ ଟି ଟି ହାଇ ସ୍କୁଲ ପରିସରରେ ପିଲାମାନଙ୍କୁ ନେଇ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏଥିରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଶାଲୋକ ଚିକତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା ଭାରତୀ ସିଂହ ଓ ମୁଖ୍ୟ ବକ୍ତା ଭାବେ ଡା ଶାନ୍ତନୁ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ମିଶ୍ର ଓ ଗୋପୀନାଥ ସାରଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ତଥା ଡାକ୍ତରଖାନାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଥିରେ ଜାତୀୟ ଆୟୁର୍ବେଦ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହର ଦିନ ହର ଘର ଆୟୁର୍ବେଦ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଆୟୁର୍ବେଦ ଆହାର ଓ ଦିନଚର୍ଯ୍ୟା ବିଷୟରେ ଡା ସାହୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । କେତେକ ଔଷଧୀୟ ବୃକ୍ଷ ତଥା ଘୃତ କୁମାରୀ, ଡାଲଚିନି, ଅଁଳା, ପୋଦିନା , ପିପଳି ଓ ରକ୍ତ ଚନ୍ଦନର ଔଷଧୀୟ ଗୁଣ ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି । Advertisement
ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ…
ଅଜଣା ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳାରୁ କୁମୁଣ୍ଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପଥର ନାଳ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି…
ଜୋର ଜବରଦସ୍ତି କରୁଥିବା ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗାଁ ମହିଳା ଅନୁଗୁଳ – ପଞ୍ଚାୟତରେ ଯେଉଁ ଜାଗାରେ ଅଧିକ ସରକାରୀ ଜାଗା ଅଛି ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନ କରି ଜୋର ଜବରଦସ୍ତି ଏକ…