ଅପରାଧ ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର ଏକ କୋଠଘରେ ୬୫ ବର୍ଷୀୟ ହରିହର ନାଏକ ନାମକ ଜଣେ ବାବା ରହି ଆସୁଥିଲେ । ଗତ ୩ ମାସ ହେବ ସେଠାରେ ଆଉ ଜଣେ ମହିମା ଧର୍ମାବଲମ୍ବି ମାତା ମଧ୍ୟ ଆସି ଆଶ୍ରୟ ନେଇଥିଲେ । ତେବେ ମାତା ଜଣଙ୍କୁ ଏକୁଟିଆ ପାଇ ବାବା ହରିହର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ଧମକ ଦେଇ ବାରମ୍ବାର ମାତାଜୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ବାବବାଜିଙ୍କ ଏଭଳି ଆଚରଣ ଅତ୍ୟଧିକ ହେବାରୁ ମାତା ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବାବା ହରିହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ଖେଳାଇ ଦେଇଛି । Advertisement
ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ – ୪ ଡକାୟତ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ଅନୁଗୁଳ ପୁଲିସ ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିବାକୁ…
ଦୋଳଯାତ୍ରାରେ ବୁଲିଲା ଖଣ୍ଡା – ଦୁଇ ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା କୁଶାସିଂହା ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ…
ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ – ୭ ଜଣ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଛକ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ସହ ୭ ଜଣକୁ ତାଳଚେର ପୁଲିସ ଗିରଫ କରିଛି । ବ୍ରାଉନସୁଗାର…