ଅପରାଧ ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର ଏକ କୋଠଘରେ ୬୫ ବର୍ଷୀୟ ହରିହର ନାଏକ ନାମକ ଜଣେ ବାବା ରହି ଆସୁଥିଲେ । ଗତ ୩ ମାସ ହେବ ସେଠାରେ ଆଉ ଜଣେ ମହିମା ଧର୍ମାବଲମ୍ବି ମାତା ମଧ୍ୟ ଆସି ଆଶ୍ରୟ ନେଇଥିଲେ । ତେବେ ମାତା ଜଣଙ୍କୁ ଏକୁଟିଆ ପାଇ ବାବା ହରିହର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ଧମକ ଦେଇ ବାରମ୍ବାର ମାତାଜୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ବାବବାଜିଙ୍କ ଏଭଳି ଆଚରଣ ଅତ୍ୟଧିକ ହେବାରୁ ମାତା ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବାବା ହରିହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ଖେଳାଇ ଦେଇଛି । Advertisement
ସ୍ତ୍ରୀକୁ ହତ୍ୟା ଘଟଣା, ପୁଲିସ ହତ୍ୟାକାରୀ ସ୍ୱାମୀକୁ ନେଇ କଲା ସିନ୍ ରିକ୍ରିଏସନ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ ।…
ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ…
ରାତି ଅଧରେ ରାସଲୀଳା ଉଦ୍ୟମ – ବନ୍ଧା ହେଲା ରଙ୍ଗିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀଙ୍କ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ପୁଲିସ…