ଆଞ୍ଚଳିକ ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ କରିଥିଲେ । ଜବତ କୋଇଲା ଟ୍ରକ ନମ୍ବର ଓଡି୧୯ଏମ ୦୧୬୪, ଓଡି ୦୪ପି ୩୫୪୯, ଓଡ଼ି ୩୫ଏଫ୍ ୮୨୧୮, ଓଡ଼ି୧୪ ଏକ୍ସ ୦୨୦୧, ଓଡ଼ି୩୫ଏଫ୍ ୮୨୫୨ରୁ ଉଭୟ ୧୦ ହଜାର ୫ଶହ ଟଙ୍କା ଓ ଓଡ଼ି୧୯ଏନ୍ ୮୬୫୨ରୁ ୧୦ହଜାର ଟଙ୍କାର ପାଇନ୍ ଆଦାୟ କରିଥିଲେ । ଠିକ୍ ସେହିପରି ଓଡ଼ି୩୫ଜି ୦୦୨୪ରୁ ୨ହଜାର ୫ଶହ ଓ ଓଡ଼ି୩୫ଏଫ୍ ୮୨୫୨ରୁ ୨ହଜାର ଟଙ୍କା ସର୍ବମୋଟ ୬୭ ହଜାର ଟଙ୍କା ଆଦାୟ ହେଇଥିଲା । କଣିହାଁରୁ ଗୋଡ଼ିବନ୍ଧ ଛକ ଦେଇ ଭାୟା ପିତିରି ରାସ୍ତାରେ ପରିବହନ ଅନୁମତି ଥିବାବେଳେ ସଂପୃକ୍ତ ଟ୍ରକ ଗୁଡ଼ିକ ସମଲ ଦେଇ ଯାଉଥିବାରୁ ଜବତ କରାଯାଇ ତାଳଚେର ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବହନ ଅଧିକାରୀ ଶ୍ରୀ ନିଖିଲ କୁମାର ପଟ୍ଟନାୟକ ସଂପୃକ୍ତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ପରେ ୬୭ ହଜାର ଟଙ୍କାର ଫାଇନ ଆଦାୟ ପରେ ଗାଡ଼ି ଗୁଡ଼ିକୁ ଯିବାକୁ ଅନୁମତି ଦେଇଥିଲେ । Advertisement
ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ଥ ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ…
ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ…
ଅତ୍ୟାଧୂନିକ ଦୈନିକ ପରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ପ୍ରସ୍ତାବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣିଖାଦାନ ପାଇଁ ଅନୁଗୁଳ ସହରର ଜନସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେହି ଅନୁପାତରେ…