ଆଞ୍ଚଳିକ ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ କରିଥିଲେ । ଜବତ କୋଇଲା ଟ୍ରକ ନମ୍ବର ଓଡି୧୯ଏମ ୦୧୬୪, ଓଡି ୦୪ପି ୩୫୪୯, ଓଡ଼ି ୩୫ଏଫ୍ ୮୨୧୮, ଓଡ଼ି୧୪ ଏକ୍ସ ୦୨୦୧, ଓଡ଼ି୩୫ଏଫ୍ ୮୨୫୨ରୁ ଉଭୟ ୧୦ ହଜାର ୫ଶହ ଟଙ୍କା ଓ ଓଡ଼ି୧୯ଏନ୍ ୮୬୫୨ରୁ ୧୦ହଜାର ଟଙ୍କାର ପାଇନ୍ ଆଦାୟ କରିଥିଲେ । ଠିକ୍ ସେହିପରି ଓଡ଼ି୩୫ଜି ୦୦୨୪ରୁ ୨ହଜାର ୫ଶହ ଓ ଓଡ଼ି୩୫ଏଫ୍ ୮୨୫୨ରୁ ୨ହଜାର ଟଙ୍କା ସର୍ବମୋଟ ୬୭ ହଜାର ଟଙ୍କା ଆଦାୟ ହେଇଥିଲା । କଣିହାଁରୁ ଗୋଡ଼ିବନ୍ଧ ଛକ ଦେଇ ଭାୟା ପିତିରି ରାସ୍ତାରେ ପରିବହନ ଅନୁମତି ଥିବାବେଳେ ସଂପୃକ୍ତ ଟ୍ରକ ଗୁଡ଼ିକ ସମଲ ଦେଇ ଯାଉଥିବାରୁ ଜବତ କରାଯାଇ ତାଳଚେର ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବହନ ଅଧିକାରୀ ଶ୍ରୀ ନିଖିଲ କୁମାର ପଟ୍ଟନାୟକ ସଂପୃକ୍ତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ପରେ ୬୭ ହଜାର ଟଙ୍କାର ଫାଇନ ଆଦାୟ ପରେ ଗାଡ଼ି ଗୁଡ଼ିକୁ ଯିବାକୁ ଅନୁମତି ଦେଇଥିଲେ । Advertisement
ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ…
ସ୍କୁଲ ଚାଲିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ଆମ୍ଭ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ୧୯୮୨ ମସିହାରୁ ସ୍ଥାପିତ ହୋଇଥିଲା ।…
ଭଡାଟିଆଙ୍କ ମାଡରେ ଘର ମାଲିକିଆଣୀ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମରେ ଆଜି(ଶନିବାର) ଦ୍ବିପ୍ରହର ବେଳା ଭଡାଟିଆଙ୍କ ମାଡରେ ଘର ମାଲିକାଣୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ…