ଅପରାଧ ଚୋରା କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ – ଟ୍ରକ୍ ଜବତ Angul OnlineApril 16, 2022April 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଛେଣ୍ଡିପଦା ପୁଲିସ ଜବତ କରିଛି । ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ କହିଛି । ସୂଚନା ଅନୁସାରେ ୫ ଟନ୍ ବେଆଇନ କୋଇଲା ବୋଝେଇ କରି ଏକ ଟ୍ରକ୍ କମ୍ପସଲାରୁ କଇଁଛପଦା ଦେଇ ବୁଢାପାଳ ଆଡକୁ ଯାଉଥିବା ଖବର ପୁଲିସକୁ ସୂଚନା ମିଳିଥିଲା । ଖବର ପାଇବା ପରେ ପୁଲିସ ଚଢ଼ଉ କରି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଥିଲା । କିନ୍ତୁ ପୁଲିସକୁ ଚକମା ଦେଇ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲା । ପୁଲିସ ଚୋରା ଚାଲାଣର ତଦନ୍ତ କରୁଛି । Advertisement
ବାରମ୍ବାର କଇଁଚି ଭୂଷି ଟେଲରଙ୍କୁ ହତ୍ୟା ଅନୁଗୁଳ – ସାମାନ୍ୟ ବଚସାରୁ ଟେଲରଙ୍କୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ…
ଲଜ୍ୟା – ସ୍ତ୍ରୀ ସମ୍ମୁଖରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ନିଜ ସ୍ତ୍ରୀ ସମ୍ମୁଖରେ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ନାବାଳିକା ଭଉଣୀକୁ…
ଗଞ୍ଜେଇରୁ ଅର୍ଜିଥିବା କୋଟିଏରୁ ଊର୍ଦ୍ଧ୍ଵ ସମ୍ପତ୍ତି ଜବତ ଛେଣ୍ଡିପଦା – ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ…