ମୁଖ୍ୟ ଖବର କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା Angul OnlineOctober 1, 2022October 1, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ ଛାତ୍ରୀ ସେହି ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଝିଅ ଦେବସ୍ମିତା ନାଏକ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ତଦନ୍ତ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ , ଦେବସ୍ମିତା ଅନୁଗୁଳ ଜୁନିୟର କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ସେ ଆଜି ଅପରାହ୍ନ ୩ଟା ବେଳେ ପାଇଖାନା ଯାଇଥିଲେ । ମାତ୍ର ଦୀର୍ଘ ସମୟ କବାଟ ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପାଇଖାନା କବାଟ ଖୋଲି ଦେଖିବା ବେଳକୁ ପାଇଖାନାର ଆଜବେଷ୍ଟସ ପାଇପ୍ରେ ସେ ନିଜ ଓଢ଼ଣୀରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ(ମିମ୍ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ…
ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ ୧୦୦ ଆସନ ଅନୁମୋଦିତ, ୨୦୨୫-୨୬ରୁ ନାମ ଲେଖା ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଆସନ ଅନୁମୋଦିତ ହୋଇଛି ।…
କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା…