ମୁଖ୍ୟ ଖବର ସୁରକ୍ଷା ଦାବିରେ କଲେଜ ଛାତ୍ରଙ୍କ ଆନ୍ଦୋଳନ Angul OnlineOctober 18, 2022October 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ କଲେଜର ଛାତ୍ର ମାନେ ଆଜି ରାଜରାସ୍ତାରେ ବସିବା ସହ ସୁରକ୍ଷା ଦାବି କରିଛନ୍ତି। କଲେଜର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ ସେମାନେ ଅଭିଯୋଗ କରି ଏହି ଆନ୍ଦୋଳନ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ କଲେଜଟି ଜାତୀୟ ରାଜପଥ କଡ଼ରେ ଅବସ୍ଥିତ । ସେହି ଜାତୀୟ ରାଜପଥ ଦେଇ ଅନବରତ କୋଇଲା ବୋଝେଇ ଟ୍ରକ ସମେତ ବହୁ ଭାରିଯାନ ଚଳାଚଳ ହେଉଛି । ଯାହା ଫଳରେ ଅନେକ ସମୟରେ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । କଲେଜରୁ ସିଧାସଳଖ ବସଷ୍ଟାଣ୍ଡକୁ ଆଉ ଏକ ରାସ୍ତା ଥିବା ବେଳେ ସେହି ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡିଛି । ଏବଂ ସେହି ରାସ୍ତା ଦେଇ କଲେଜର ଥିବା ଫାଟକକୁ ଅଧ୍ୟକ୍ଷ ଖୋଲୁ ନାହାନ୍ତି । ଏହା ସହ କଲେଜରେ କୌଣସି ସୁରକ୍ଷା କର୍ମଚାରୀ ନଥିବାରୁ କଲେଜକୁ ଅଣଛାତ୍ରଙ୍କ ଅବାଧ ପ୍ରବେଶ ହେଉଛି । ଆଉ ସେହି ଅଣଛାତ୍ର ମାନେ ଛାତ୍ରୀ ମାନଙ୍କୁ ଅନେକ ସମୟରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏହାର ସମାଧାନ ଦାବି କରି ସେମାନେ ପୂର୍ବରୁ ଅଧ୍ୟକ୍ଷ ଏବଂ ପ୍ରଶାସନକୁ ଜଣାଇଥିଲେ । ତେବେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓଲ୍ହାଇ ଥିଲେ । ଖବର ପାଇ ତାଳଚେର ଉପ ଜିଲ୍ଲାପାଳ ଏବଂ କଲେଜ ଅଧ୍ୟକ୍ଷ ପହଁଚି ବୁଝାସୁଝା କରିବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ । Advertisement
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ ଅନୁଗୁଳ – ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ । ପୁଲିସ ବାବୁ ମାଡ଼ ଭୟ ଦେଖାଇ ବିଚ ରାସ୍ତାରେ ଜଣେ ଯୁବକକୁ ବସଉଠ…
ଗୁଟଖା ବେପାର ଉପରେ ଚଢାଉ ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ…