ସମସ୍ୟା ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ Angul OnlineAugust 7, 2024August 7, 2024 ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଳୁ ଦର ନିୟନ୍ତ୍ରଣ ପାଇଁ ଦାବି କରିଛି । ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଦରର ବୃଦ୍ଧି ଉପରେ ନିୟନ୍ତ୍ରଣ ଦାବି କରି କଂଗ୍ରେସ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଛି । ବଜାରରେ ପନିପରିବା ଉପରେ ଯେଉଁଭଳି ଦର ବୃଦ୍ଧି ହେଉଛି ଏହା ଉପରେ ପ୍ରଶାସନ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିବାଦ ବେଳେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ , ଛାତ୍ର କଂଗ୍ରେସ ସଭପତି ପ୍ରଦ୍ୟୁମ୍ନ ସାହୁ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Advertisement
ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରରେ ନିଆ ଯାଉଥିବା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ଅନୁଗୁଳ ପୌରାଧ୍ୟକ୍ଷ ଏବଂ…
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…
ପ୍ରଶାସନକୁ ହ୍ବିଲ ଚେୟାର ସହାୟତା ମାଗିଲେ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ଅନୁଗୁଳ – ଭିନ୍ନକ୍ଷମ କ୍ରିକେଟ ଖେଳାଳି । ରାଜ୍ୟ ପାଇଁ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ପ୍ରଶାସନିକ ଅବହେଳା ପାଇଁ ହଇରାଣ ହେଉଛନ୍ତି…