ସମସ୍ୟା ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ Angul OnlineAugust 7, 2024August 7, 2024 ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଳୁ ଦର ନିୟନ୍ତ୍ରଣ ପାଇଁ ଦାବି କରିଛି । ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଦରର ବୃଦ୍ଧି ଉପରେ ନିୟନ୍ତ୍ରଣ ଦାବି କରି କଂଗ୍ରେସ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଛି । ବଜାରରେ ପନିପରିବା ଉପରେ ଯେଉଁଭଳି ଦର ବୃଦ୍ଧି ହେଉଛି ଏହା ଉପରେ ପ୍ରଶାସନ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିବାଦ ବେଳେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ , ଛାତ୍ର କଂଗ୍ରେସ ସଭପତି ପ୍ରଦ୍ୟୁମ୍ନ ସାହୁ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Advertisement
ନିଅଣ୍ଟିଆ ସାର – ରାତି ୧ ରୁ ଧାଡି ଲମ୍ବାଇଲେ ଚାଷୀ ଅନୁଗୁଳ – ସାର ସମସ୍ୟା ଚାଷୀଙ୍କ ପିଛା ଛାଡ଼ୁନି । ସାରର ଅଭାବ ଯୋଗୁଁ ଚାଷ କାମରେ ପଛେଇ ଯାଇଛି ଚାଷୀ । ମୁଖ୍ୟତଃ ଏହି ସମୟରେ…
୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି…
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…