ଅପରାଧ ଅସଭ୍ୟ ଗାଳି ଗୁଲଜ ଯୋଗୁଁ ହତ୍ୟା – ୩ ମହିଳା ସମେତ ୮ ଗିରଫ Angul OnlineSeptember 20, 2021September 20, 2021 ଅନୁଗୁଳ -(AO) ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ଗତକାଲି ବିଳମ୍ବିତ ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୁଣ୍ଡ ସଂପୂର୍ଣ୍ଣ ଗୁଣ୍ଡା ହୋଇ ଯାଇଥିବା ବେଳେ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ଏହି ଘଟଣାରେ ଅନୁଗୁଳ ସଦର ପୁଲିସ ତଦନ୍ତ କରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ସହ ହତ୍ୟା କାଣ୍ଡରେ ସମ୍ପୃକ୍ତ ୮ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁସାରେ ମରୁତ ଜଗନ୍ନାଥ ୨ ଦିନ ପୂର୍ବେ ନିଶାଶକ୍ତ ଅବସ୍ଥାରେ ଗାଁର କିଛି ଲୋକଙ୍କ ଘରେ ପଶିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଯାହାକୁ ସହ୍ୟ କରି ପାରି ନଥିଲେ କିଛି ଲୋକ । ଜଗନ୍ନାଥ ଆଗରୁ ମଧ୍ୟ ଅନେକ ଥର ଏଭଳି କାଣ୍ଡ କରିଥିଲା । ଆଉ ଏଥିପାଇଁ ଜଗନ୍ନାଥକୁ ହତ୍ୟା କରିବାକୁ ଯୋଜନା କରା ଯାଇଥିଲା । ଆଉ ଯୋଜନା ଆନୁସାରେ ୨ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ଜଗନ୍ନାଥକୁ ଭୋଜି କରିବା ବାହାନାରେ ଘରୁ ଡାକି ନେଇଥିଲେ । ଆଉ ଡେରେଜାଙ୍ଗ ଡ୍ୟାମ ହୁଡାରେ ପହଞ୍ଚିବା କ୍ଷଣି ଯୋଜନା ଅନୁସାରେ ୩ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ମିଶି ଜଗନ୍ନାଥକୁ ବାଡି , ଖଣ୍ଡା , ଛୁରି ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ । ସମସ୍ତଙ୍କ ମିଳିତ ଆକ୍ରମଣରେ ଘଟଣା ସ୍ଥଳରେ ହିନ ଜଗନ୍ନାଥର ମୃତ୍ୟୁ ହୋଇଥିଲା । ପୁଲିସ ତଦନ୍ତ ପରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରନ୍ତଲେଇ ଗାଁର ଜିତେନ୍ଦ୍ର ସାହୁ , ସଂଗ୍ରାମ ସାହୁ , ଜିତେନ୍ଦ୍ର ବିଶ୍ଵାଳ , ବିଭୁତି ସାହୁ , ମମତା ସାହୁ , ସୁବାସିନୀ ବେହେରା , ବାସନ୍ତୀ ସାହୁ ଓ ତରଣି ବେହେରା ବୋଲି ଜଣା ପଡିଛି । Advertisement
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…
ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର…
ଚୋରି ସନ୍ଦେହରେ ପିଟିପିଟି ମାରିଦେଇଥିଲେ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ସହର ରାଣୀଗୋଡା ପଡ଼ିଆରୁ ଗତ ୧୬ ତାରିଖ ରାତିରେ ସେହି ଗାଁର ବାପି ବିଶ୍ୱାଳ ( ଶିବା)କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା…