ଅପରାଧ ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ Angul OnlineOctober 1, 2022October 1, 2022 ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ ପିକଅପ ଭ୍ୟାନ ସହିତ ୩ ଜଣ ଯୁବକଙ୍କୁ ଅଟକ ରଖି ଛେଣ୍ଡିପଦା ପୁଲିସର ଜିମା ଦେଲେ ଲୋକେ । ଘଟଣାରୁ ପ୍ରକାଶ ଯେ କାଇମେଟ ଡିପ୍ଲୋମା ବିଦ୍ୟାଳୟଟି ପରିଚାଳନା କମିଟ ବିବାଦକୁ ନେଇ ଦୀର୍ଘ ଦିନ ହେବ ବନ୍ଦ ରହିଛି ।ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ କାଇମେଟରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଚୋରୀ କରି ନେଇଥିଲେ ।ଏଥି ପାଇଁ ବିଦ୍ୟାଳୟର କର୍ମଚାରୀ ମାନେ ଏକ ରାତ୍ରଜଗୁଆଳି ନିୟୋଜିତ କରିଥିଲେ । ତେବେ ଶୁକ୍ରବାର ବିଲମ୍ବିତ ରାତିରେ ଏକ ପିକ ଅପ ଭ୍ୟାନ କାଇମେଟ ବିଦ୍ୟାଳୟ ପଛପଟକୁ ଯାଇଥିବା ରାତ୍ରଜଗୁଆଳି ଦେଖି କର୍ମଚାରୀଙ୍କୁ ଖବର ଦେଇଥିଲେ । କର୍ମଚାରୀ ମାନେ ଖବର ପାଇ ବିଦ୍ୟାଳୟ ନିକଟରେ ପହଁଚିଲା ବେଳକୁ ଏକ ପିକଅପ ଭ୍ୟାନ କିଛି ଲୁହା ସାମଗ୍ରୀ ନେଇ ପଳାଉଥିବା ଦେଖି ପିକଅପ ଭ୍ୟାନର ପିଛା କରିଥିଲେ । ପିକଅପ ଭ୍ୟାନ ଟି ବାଗଡିଆ ବଜାର ନିକଟରୁ କେଉଁ ଦିଗ ପଳାଇ ଯାଇଥିଲା ତାହା କର୍ମଚାରୀ ମାନେ ଜାଣିପାରି ନଥିଲେ । କିଛି ସମୟ ବାଗଡିଆରେ ବଜାର ନିକଟରେ ଛିଡା ହୋଇ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ନଂକୁ ଦେଖି ଯାଂଚ କରିଥିଲେ ।ଯାଂଚ ବେଳେ ଉକ୍ତ ପିକଅପ ଭ୍ୟାନଟି ଲୁହା ସାମଗ୍ରୀ ଖାଲିକରି ଫେରୁଥିବା ଦେଖି ଗାଡିକୁ ଅଟକାଇବା ସହିତ ସେଥିରେ ଚାଳକଙ୍କ ସହିତ ବସିଥିବା ଅନ୍ୟ ଦୁଇଜଣ ଯୁବକଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଯୁବକ ୩ଜଣ କାଇମେଟରୁ ଲୁହା ସାମଗ୍ରୀ ଆଣି ବାଗଡିଆର ଏକ କବାଡି ଦୋକାନରେ ବିକ୍ରି କରିଥିବା କହିଥିଲେ ।ଏନେଇ କାଇମେଟ କର୍ମଚାରୀ ମାନେ ଘଟଣା ସମ୍ପର୍କରେ ଛେଣ୍ଡିପଦା ପୁଲିସକୁ ଜଣାଇଥିଲେ ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ପିକଅପକୁ ଥାନାକୁ ନେଇ ଯିବା ସହିତ ଉକ୍ତ ୩ ଜଣ ଯୁବକଙ୍କୁ ପଚରାଉଚରା କରିବା ସହିତ କବାଡି ଦୋକାନକୁ ଯାଇ ଯାଂଚ କରିଥିଲେ ।ଯାଂଚ ପରେ ପୋଲିସ କବାଡି ମାଲିକଙ୍କ ସମେତ ୩ ଜଣ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ କିଛି ଦିନ ମଧ୍ୟରେ କାଇମେଟ ବିଦ୍ୟାଳୟରୁ ଲେଦମେସିନ , କମ୍ପୁଟର ,୧୪ଟି ଇଲେକ୍ଟ୍ରିକାଲ ମୋଟର ସମେତ ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ଏହି ପିକଅପରେ ଚାଲାଣ କରାଯାଇଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । Advertisement
ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା…
ଡକାୟତ ଗ୍ୟାଙ୍ଗଙ୍କ ଠାରୁ ୧୨୦ ଟି ମୋବାଇଲ ଫୋନ ସମେତ ମାରଣାସ୍ତ୍ର ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କଣ୍ଢାଳ ଜଙ୍ଗଲ ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ଖବର ପାଇ ସାତ ଜଣ ଆନ୍ତଜିଲା ଡକାୟତଙ୍କୁ…
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…