ଅପରାଧ ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ Angul OnlineJune 9, 2022June 9, 2022 ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିବା ବେଳେ ଫ୍ୟାକ୍ଟେରି ମାଲିକଙ୍କ ଅଭିଯୋଗ ପରେ ସାମ୍ବାଦିକଙ୍କୁ ଗିରଫ କରିଛି ତାଳଚେର କୋଲିୟରୀ ପୁଲିସ । ଗିରଫ ସାମ୍ବାଦିକ ଜଣଙ୍କ ତାଳଚେର ରେମୁଁଆ ଅଞ୍ଚଳର ବ୍ରଜବନ୍ଧୁ ବେହେରା । ସେ ନିଉଜ-୧୯ ନାମକ ଏକ ୱେବ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ କହୁଥିବା ବେଳେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳରେ ସୁମନ୍ତ ବାରାଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେଡ଼ ଫ୍ୟାକ୍ଟେରିକୁ ଯାଇ କିଛି ଚିତ୍ର ସଂଗ୍ରହ କରିଵା ପରେ ସୁମନ୍ତଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିଲେ ବୋଲି ପୁଲିସ କହିଛି । ତେବେ ସୁମନ୍ତ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ବ୍ରଜବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…
ଛିନତାଇ ଅଭିଯୋଗରେ ୨ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ଅଭିଯୋଗରେ ପୁଲିସ ଶନିବାର ୨ ଜଣ…