ଅପରାଧ ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ Angul OnlineJune 9, 2022June 9, 2022 ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିବା ବେଳେ ଫ୍ୟାକ୍ଟେରି ମାଲିକଙ୍କ ଅଭିଯୋଗ ପରେ ସାମ୍ବାଦିକଙ୍କୁ ଗିରଫ କରିଛି ତାଳଚେର କୋଲିୟରୀ ପୁଲିସ । ଗିରଫ ସାମ୍ବାଦିକ ଜଣଙ୍କ ତାଳଚେର ରେମୁଁଆ ଅଞ୍ଚଳର ବ୍ରଜବନ୍ଧୁ ବେହେରା । ସେ ନିଉଜ-୧୯ ନାମକ ଏକ ୱେବ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ କହୁଥିବା ବେଳେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳରେ ସୁମନ୍ତ ବାରାଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେଡ଼ ଫ୍ୟାକ୍ଟେରିକୁ ଯାଇ କିଛି ଚିତ୍ର ସଂଗ୍ରହ କରିଵା ପରେ ସୁମନ୍ତଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିଲେ ବୋଲି ପୁଲିସ କହିଛି । ତେବେ ସୁମନ୍ତ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ବ୍ରଜବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫…
୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି…
ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…