ରାଜନୀତି କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ Angul OnlineMarch 9, 2022March 10, 2022 ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ , କିଏ ପୌରାଧ୍ୟକ୍ଷ ଟିକେଟ ହାତେଇବ , ଏଥିପାଇଁ ବହୁ ବାଦବିବାଦ ଲାଗି ରହିଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ପରେ ଆଉ ଏକ ଜଟିଳ ପରିସ୍ଥିତି ସାମନାକୁ ଆସିଛି । ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡରେ କାଉନସିଲର ପାଇଁ ବାପା, ପୁଅ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ବାପା ବିରୁଦ୍ଧରେ ପୁଅ ଛିଡା ହୋଇଛି । ରାଜନୀତିର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫ ନମ୍ବର ୱାର୍ଡ କାଉନସିଲର ପାଇଁ ବାପା ଭୀମସେନ ମାଣ୍ଡୋଠିଆ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପୁଅ ରଣଜିତ୍ ମାଣ୍ଡୋଠିଆ ବିଜେଡି ଟିକେଟରୁ ମଇଦାନକୁ ଓହ୍ଳାଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭୀମସେନ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ଉଭୟ ବାପା ଏବଂ ପୁଅ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ଶେଷ ମୂହୁର୍ତ୍ତରେ ଦଳ ପୁଅ ରଣଜିତଙ୍କୁ ଟିକେଟ ଦେବାକୁ ସ୍ଥିର କରିବାରୁ ଭୀମସେନ ବିଜେପିରେ ଯୋଗଦେଇଥିଲେ । ଏବେ ବାପା, ପୁଅଙ୍କ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ବିରୋଧରେ ଅପପ୍ରଚାର ନ କରି ନିର୍ବାଚନ ମଇଦାନରେ ପରାସ୍ତ କରିବାକୁ ରଣଜିତ୍ ଲକ୍ଷ ରଖିଛନ୍ତି । Advertisement
ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
କିଏ କଲା ତାଳଚେର ବନ୍ଦ !! ବିଜେଡି-ବିଜେପି ମୁହାଁମୁହିଁ(ଭିଡିଓ) ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ବରିଷ୍ଠ ଡାକ୍ତର ପ୍ୟାରୀମୋହନ ମହାପାତ୍ରଙ୍କ ଗତକାଲି ଜେଲରେ ମୃତ୍ୟୁ ହେବା ପରେ ଆଜି ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି…