ରାଜନୀତି କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ Angul OnlineMarch 9, 2022March 10, 2022 ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ , କିଏ ପୌରାଧ୍ୟକ୍ଷ ଟିକେଟ ହାତେଇବ , ଏଥିପାଇଁ ବହୁ ବାଦବିବାଦ ଲାଗି ରହିଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ପରେ ଆଉ ଏକ ଜଟିଳ ପରିସ୍ଥିତି ସାମନାକୁ ଆସିଛି । ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡରେ କାଉନସିଲର ପାଇଁ ବାପା, ପୁଅ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ବାପା ବିରୁଦ୍ଧରେ ପୁଅ ଛିଡା ହୋଇଛି । ରାଜନୀତିର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫ ନମ୍ବର ୱାର୍ଡ କାଉନସିଲର ପାଇଁ ବାପା ଭୀମସେନ ମାଣ୍ଡୋଠିଆ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପୁଅ ରଣଜିତ୍ ମାଣ୍ଡୋଠିଆ ବିଜେଡି ଟିକେଟରୁ ମଇଦାନକୁ ଓହ୍ଳାଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭୀମସେନ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ଉଭୟ ବାପା ଏବଂ ପୁଅ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ଶେଷ ମୂହୁର୍ତ୍ତରେ ଦଳ ପୁଅ ରଣଜିତଙ୍କୁ ଟିକେଟ ଦେବାକୁ ସ୍ଥିର କରିବାରୁ ଭୀମସେନ ବିଜେପିରେ ଯୋଗଦେଇଥିଲେ । ଏବେ ବାପା, ପୁଅଙ୍କ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ବିରୋଧରେ ଅପପ୍ରଚାର ନ କରି ନିର୍ବାଚନ ମଇଦାନରେ ପରାସ୍ତ କରିବାକୁ ରଣଜିତ୍ ଲକ୍ଷ ରଖିଛନ୍ତି । Advertisement
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୧୩ ଦାବି ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ…
ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର…
ବଦଳିଲେ ସଭାପତି , ଥମିଲା ନାହିଁ ଗୋଷ୍ଠି କନ୍ଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସକୁ ପୁରୁଣା ରୋଗ , ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳର ସ୍ଥିତି ବିଗିଡି ସାରିଥିବା ସତ୍ୱେ କଙ୍କଡା ନୀତିରେ ଏବେ…