ମୁଖ୍ୟ ଖବର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ Angul OnlineJune 2, 2021June 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବେଲ୍ଟ ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ସାଇଲୋ ଭିତରକୁ ଯାଇଥିବା ବେଲ୍ଟରେ ହଠାତ ନିଆଁ ଲାଗି ଧୂଆଁ ବାହାରିବାରୁ ସେଠାରେ ଥିବା କର୍ମଚାରୀ ବେଲ୍ଟକୁ ବନ୍ଦ କରି ନିଆଁ କୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ସଟ ସର୍କିଟ ରୁ କିମ୍ବା ବେଲ୍ଟ ତଳେଥିବା ରୋଲର ଚାଲୁ ନଥିବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ରକ୍ଷଣା ବେକ୍ଷଣ ରେ ତ୍ରୁଟି ଯୋଗୁ ଏହିଭଳି ନିଆଁ ଲାଗିଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ MCL କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ । ଗତ କିଛି ମାସ ତଳେ ଭରତପୁର ଷ୍ଟୋରରେ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଟାୟାର ପୋଡି ପାଉଁଶ ହୋଇଥିଲା । ତେବେ MCL ଭରତପୁର କୋଇଲା ଖଣିର କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିଭଳି କ୍ଷତି ଘଟୁଛି ବୋଲି ,ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । https://angulonline.com/odia/wp-content/uploads/2021/06/cylo.mp4 Advertisement
ଟିଟିପିଏସ୍ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ଅଞ୍ଚଳ ପୁଣି ହସି ଉଠିବ । ଆରମ୍ଭ ହେବ ହେବ ଥର୍ମାଲ ପ୍ଲାଣ୍ଟର କାମ…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…
କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ…