ମୁଖ୍ୟ ଖବର ବନ ବିଭାଗ ଓ ପୁଲିସ ଗ୍ରାମବାସୀଙ୍କ ଦ୍ବାରା ଅଟକ Angul OnlineOctober 30, 2022October 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ସେହି ବାଘ ମୃତ୍ୟୁରେ ସଂଶ୍ଲିଷ୍ଟ ସନ୍ଦେହ କରି କୁଲାଙ୍ଗୀ ଗ୍ରାମକୁ ଶିକାରୀମାନଙ୍କୁ ଗିରଫ କରିବାକୁ ଯାଇଥିବା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଅଧିକାରୀ ଓ ପୁଲିସ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଥିଲେ । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମରେ ଗତ ୨୭ତାରିଖ ଦିନ ଦୁଇଟି ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ଆଜି ବନ ବିଭାଗ ପୁରୁଣାକୋଟ ପୁଲିସକୁ ନେଇ କୁଲାଙ୍ଗୀ ଗ୍ରାମକୁ ଯାଇଥିଲା । ସନ୍ଦେହ ଥିବା ଯୋଗୁଁ ଦୁଇଜଣ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମର ଲୋକମାନେ ଗିରଫଦାରୀକୁ ବିରୋଧ କରିଥିଲେ । ଏନେଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ବସି ରହିଥିଲେ । ଫଳରେ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା, ରେଞ୍ଜ ଅଧିକାରୀଙ୍କ ସମେତ ପୁରୁଣାକୋଟ ପୁଲିସ ଗ୍ରାମରେ ଅଟକ ରହିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ପରେ ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା , ପୁରୁଣାକୋଟ ଥାନା ଆଇଆଇସି ଆଶିଷ ଜେନା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନେକ ସମୟ ଧରି ବୁଝାସୁଝା କରିବା ପରେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଛାଡିଥିଲେ । Advertisement
ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ହୋଇଥିବା ଅନାସ୍ଥା ଭୋଟରେ ପଦ ହରାଇବା ସହିତ ନାଏବ ସରପଞ୍ଚଙ୍କୁ ମିଳିଛି…
ପାଣିରେ ବୁଡି ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ କେନାଲରେ ବୁଡି ମୃତ୍ୟୁ ହୋଇଛି । ମୃତକ…
ପୁଲିସ ଭ୍ୟାନ ଧକ୍କାରେ ନାବାଳକ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଶର୍ମାଛକ ଠାରେ ପୁଲିସ ଭ୍ୟାନ ଏକ ମୋଟରସାଇକେଲକୁ ପଛରୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି ।…