ଅପରାଧ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ Angul OnlineSeptember 25, 2024September 25, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଡିସିନାଲ ପ୍ରୋଜେକ୍ଟ ଡ଼ାଇରେକ୍ଟର ସୌମେନ୍ଦ୍ର ଚୌଧୁରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ପେସିଆଲ ଭିଜିଲାନ୍ସ କୋର୍ଟ । ସୂଚନା ଅନୁସାରେ ସେ ଜଣଙ୍କଠାରୁ ତାଙ୍କ ହାଉସ ରେଣ୍ଟ ଓ ମେଡ଼ିକାଲ ଆଲୋଆନ୍ସ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏଥିପାଇଁ ତାଙ୍କୁ ଗତ ୨୦୧୧ ମସିହାରେ ଚାକିରିରୁ ସରକାର ବହିଷ୍କାର କରିଥିଲେ । ତେବେ ସେବେଠାରୁ ମାମଲା ବିଚାରାଧୀନ ଥିବା ବେଳେ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Advertisement
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା…