ଆଞ୍ଚଳିକ ବରିଷ୍ଠ ସମ୍ବାଦିକଙ୍କ ପରଲୋକ Angul OnlineSeptember 25, 2024September 25, 2024 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଆଜି ସକାଳେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ର ଏହି ଏହି ଅକାଳ ବିୟୋଗ କୁ ଅଞ୍ଚଳ ବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପରିବାର ବର୍ଗ ଭାଙ୍ଗିପଡ଼ିଛନ୍ତି । ସଚ୍ଚିଦାନନ୍ଦ ପ୍ରଧାନ ଧରିତ୍ରୀ ଖବର କାଗଜରେ ଗତ ୧୫ ବର୍ଷ ରୁ ଉଦ୍ଧ ଧରି ସାମ୍ବାଦିକତା କରୁଥିଲେ। ସେ ବିଭିନ୍ନ ସାମାଜିକ ସଂଗଠନରେ ଜଡ଼ିତ ରହିବା ସହିତ ତାଙ୍କର ଆମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ । ସ୍ବାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ କଣିହାଁର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ତାଙ୍କ ମର ଶରୀରକୁ ପ୍ରଥମେ ପ୍ରଜାମଣ୍ଡଳ ଭବନ ପରିସରକୁ ଅଣାଯାଇଥିଲା । ସେଠାରେ ଟ୍ରଷ୍ଟର ସଦସ୍ୟ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କଣିହାଁ ପ୍ରେସ କ୍ଲବ ପରିସରରେ କଣିହାଁ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେବା ସହ ସଚ୍ଚିଦାନନ୍ଦ ପ୍ରଧାନ ଅମର ରହେ ସ୍ଲୋଗାନ ଦେଇଥିଲେ । ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା, ବଡହୀରା ଗ୍ରାମ ସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁରେ, କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସହିତ ପ୍ରାକୃନ ବିଧାୟକ ପାଲଲହଡ଼ା ମୁକେଶ କୁମାର ପାଳ, ଅନୁଗୁଳ ଜିଲ୍ଲାର ବହୁ ସାମ୍ବାଦିକ ଏବଂ କଣିହାଁ ପ୍ରେସ୍ କ୍ଲବ୍ ଓ ଉତ୍କଳ ସାମ୍ବାଦିକ ସଂଘ ଓଡିଶା କଣିହାଁ ଶାଖା ତରଫରୁ ଗଭୀର ଶୋକବ୍ୟକ୍ତି କରିଛନ୍ତି । Advertisement
ଜାତୀୟ ପ୍ରେସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ – ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ହେବେ ସମ୍ବର୍ଦ୍ଧିତ ତାଳଚେର – ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ତାଳଚେର ୱାର୍କିଙ୍ଗ ଜର୍ଣାଲିଷ୍ଟସ୍ ଆସୋସିଏସନ୍ ତରଫରୁ ଶୁକ୍ରବାର ଦେଉଳବେଡାସ୍ଥିତ ମଙ୍ଗଳମ ଅଫିସର୍ସ କ୍ଳବରେ ଏକ…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…