ଅପରାଧ ଓକିଲ ପରିଚୟ ଦେଇ ମହିଳାଙ୍କ ଠାରୁ ଟଙ୍କା ଠକେଇ Angul OnlineSeptember 2, 2022September 2, 2022 ଅନୁଗୁଳ – କେସ ବାବଦକୁ ଟଙ୍କା ମିଳିବ କହି ଟଙ୍କା ଓ କାଗଜପତ୍ର ଠକି ନେଲା ନକଲି ଓକିଲ । ଆଉ ଠକାମିର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପିମ୍ପିଳବାହାଲ ଗ୍ରାମର ଜଣେ ମହିଳାଙ୍କୁ ଏକ ଅଜଣା ବ୍ୟକ୍ତି ଫୋନ କରି ନିଜକୁ ଓକିଲର ପରିଚୟ ଦେବା ସହ କୋର୍ଟରେ ମହିଳାଙ୍କ ଝିଅର ଚାଲିଥିବା ଏକ ମାମଲା ବାବଡକୁ ୭ ଲକ୍ଷ ୯୨ ହଜାର ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ଥିଲା । ଏଥିପାଇଁ ତାଙ୍କୁ ତାଙ୍କ ଆଧାରକାର୍ଡ , ରାଶାନ କାର୍ଡ , ଭୋଟର ପରିଚୟ ପତ୍ର ଏବଂ ତାଙ୍କ ଝିଅର ଦୁଇଟି ଫଟୋ ନେଇ ଅନୁଗୁଳ କୋର୍ଟକୁ ଆସିବାକୁ କହିଥିଲା । ଏହା ସହ କୋର୍ଟରେ ଏକ ଲକ୍ଷ ଟଙ୍କା ଡିପୋଜିଟ କଲେ ସୁଧ ବାବଡକୁ ୯୨ ହଜାର ଟଙ୍କା ମିଳିବ ବୋଲି ମଧ୍ୟ ଲୋଭ ଦେଖାଇଥିଲା । ଉକ୍ତ ବ୍ୟକ୍ତିଙ୍କ ଏଭଳି କଥା ଶୁଣିବା ପରେ ମହିଳା ଜଣଙ୍କ ଅଗଷ୍ଟ ମାସ ୧୮ ତାରିଖରେ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖା ହେଲା ପରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତି ଜଣଙ୍କ କିଶୋରନଗର ଥାନା ବଙ୍କାପଲସା ଗାଁର ଉପେନ୍ଦ୍ର ରାଉତ ବୋଲି ଜାଣିବାକୁ ପାଇଥିଲେ । ଏବଂ ନିଜ ଅଞ୍ଚଳ ଲୋକ ବୋଲି ଉପେନ୍ଦ୍ରଙ୍କ କଥାରେ ବିଶ୍ଵାସ କରି ତାଙ୍କୁ ୩୬ ହଜାର ଟଙ୍କା ଆଉ ସମସ୍ତ କାଗଜପତ୍ର ଦେଇ ଦେଇଥିଲେ । ଟଙ୍କା ଓ କାଗଜପତ୍ର ନେବା ପରେ ପରଦିନ ଆସିବାକୁ କହି ଉପେନ୍ଦ୍ର ଚାଲି ଯାଇଥିଲା । ଆଉ କଥା ଅନୁଯାୟୀ ମହିଳା ଜଣଙ୍କ ପରଦିନ ଅନୁଗୁଳ ପୁଣି ଆସି ଉପେନ୍ଦ୍ରଙ୍କୁ କୋର୍ଟ ନିକଟରେ ଦେଖା କରିଥିଲେ । ଉପେନ୍ଦ୍ର ମହିଳା ଜଣଙ୍କୁ ମୋଟରସାଇକେଲରେ ବସାଇ ବାସଷ୍ଟାଣ୍ଡ ନିକଟକୁ ନେଇଯିବା ପରେ ହନୁମାନ ମନ୍ଦିର ନିକଟରେ ମହିଳାଙ୍କୁ ଛାଡି ପଳାଇବାକୁ ଚେଷ୍ଟା କରିଥିଲା । ତେବେ ମହିଳା ଜଣଙ୍କ ଚତୁରତାର ସହ ଉପେନ୍ଦ୍ରଙ୍କ ମୋଟରସାଇକେଲ ଅଟକାଇଦେବାରୁ ଉପେନ୍ଦ୍ର ମୋଟରସାଇକେଲ ଛାଡି ପଳାଇ ଯାଇଥିଲା । ତେବେ ମହିଳା ଜଣଙ୍କ ସେତେବେଳକୁ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ । ଆଉ ଏ ନେଇ ଆଜି କିଶୋରନଗର ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପାରିବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ଯା କରିଥିବା ଜଣାପଡିଛି । ମୃତ ମହିଳା ଜଣକ…
ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି କରି ଦୁଇ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ଜାତୀୟ ରାଜପଥର ଲୁହା ରଡ଼ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ…