ଅପରାଧ ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା Angul OnlineJuly 13, 2022July 13, 2022 ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ । ଆଉ ଟଙ୍କା ଫେରସ୍ତ ମାଗିବାରୁ ନିଜକୁ ଆର୍ମୀ ଅଫିସର କହି କେସ କରି ଫସାଇଦେବାର ଧମକ ଦେଲେ । ବାଧ୍ୟ ହୋଇ ଶେଷରେ ଚାଷୀ ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଚାଙ୍ଗୁଡିଆ ଗାଁର ୨୩ ବର୍ଷୀୟ ସୁମନ୍ତ ସାହୁଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜର ନାମ ସୂର୍ଯ୍ୟମଣି ସାହୁ କହିବା ସହ ନୂଆଁ ମୋଟରସାଇକେଲ କିଣିବାକୁ ଚାହୁଁଛ କି ବୋଲି ପଚାରିଥିଏଲ । ଆଗନ୍ତୁକଙ୍କ ପ୍ରଶ୍ନ ଶୁଣି ମୋଟରସାଇକେଲ କିଣିବାର ଆଗ୍ରହ ଥିବାରୁ ସୁମନ୍ତ ହଁ କରିଥିଲେ । ଆଉ ଏଥିପାଇଁ ମେମ୍ବରସିପ ଗ୍ରହଣ କଲେ ମାତ୍ର ୨୧ ହଜାର ଟଙ୍କାରେ ମୋଟରସାଇକେଲ ମିଳିବ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଲୋଭନ ଦେଖାଇଥିଲେ । ଆଉ ଏଥିରେ ଭଳି ଯାଇ ସୁମନ୍ତ ମେମ୍ବରସିପ ଗ୍ରହଣ ପାଇଁ ଜୁଲାଇ ୯ ତାରିଖରେ ଫୋନ ପେ ମାଧ୍ୟମରେ ପ୍ରଥମେ ୧୧୫୦ ଟଙ୍କା ଡିପୋଜିଟ କରିଥିଲେ । ପରେ ପୁଣି କହିବାରୁ ୧୦ ତାରିଖରେ ସୁମନ୍ତ ପର୍ଯ୍ୟାୟକ୍ରମେ ୭ ହଜାର , ୭ହଜାର ୧୫୦ ଟଙ୍କା , ୧୫ ହଜାର ଟଙ୍କା ଏବଂ ଏକ ହଜାର ଟଙ୍କା , ୯ ହଜାର ଟଙ୍କା କରି ମୋଟ ୪୦ ହଜାର ୩୦୦ ଟଙ୍କା ପଠାଇଥିଲେ । ତେବେ ଗତକାଲି ପୁଣି ୧୧ ହଜାର ୩୦୦ ଟଙ୍କା ଡିପୋଜିଟ କରିବାକୁ କହିବାରୁ ସୁମନ୍ତ୍ଙ୍କ ସନ୍ଦେହ ହୋଇଥିଲା । ଆଉ ସେ ମୋଟରସାଇକେଲ ନେବାକୁ ଚାହୁଁ ନାହାନ୍ତି , ତାଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ । ହେଲେ ଟଙ୍କା ଫେରାଇ ହେବ ନାହିଁ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିବା ସହ ଟଙ୍କା ଡିପୋଜିଟ ନ କଲେ ତୁମ ନାମରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲା । ଏହା ସହ ନିଜକୁ ଆର୍ମୀ ଅଫିଆସର କହିବା ସହ ତୁମକୁ ହଇରାଣ କରିବି ବୋଲି ଚେତାବନୀ ଦେଇଥିଲା । ତେବେ ଏହାପରେ ସେ ଠକ ହାବୁଡରେ ପଡି ଯାଇଥିବା ଜାଣିପାରି କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି…
ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ…
ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ…