ଅପରାଧ ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ Angul OnlineAugust 28, 2022August 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ଛେଣ୍ଡିପଦା ପୁଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅଟକ ଯୁବକ ଜଣକ ହେଲେ ସେହି ଅଞ୍ଚଳର ଧନେଶ୍ବର ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବତୀ ଜଣକ ତାଙ୍କର ଜଣେ ୧୧ବର୍ଷର ପୁତୁରା ସହିତ ଗାଁ ପାଖ ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ତେବେ ଧନେଶ୍ବର ମାଝୀ ସେହିଠାରେ ରାଶିପଦାରେ ରାଶି ଫସଲ ଜଗୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଜୋରଜବରଦସ୍ତ ଟେକି ନେବା ସହିତ ଦୁଷ୍କର୍ମ କରିଥିଲେ । ଏହା ଦେଖି ପାଖରେ ପୁତୁରା ଏ ସମ୍ପର୍କରେ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲା । ଖବରପାଇ ପରିବାର ଲୋକ ଘଟଣାସ୍ଥଳକୁ ପହଁଚିଥିଲେ । ଧନେଶ୍ବର ଯୁବତୀଙ୍କ ପରିବାର ଲୋକଙ୍କୁ ଦେଖି ଫେରାର ହୋଇଯାଇଥିଲା । ଏ ନେଇ ଯୁବତୀଙ୍କ ପରିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଛେଣ୍ଡିପଦା ଥାନା କେସ ନଂ-୪୧୧/୨୨ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତକରି ଦୁଷ୍କର୍ମ କରିଥିବା ଯୁବକ ଧନେଶ୍ବର ମାଝୀକୁ ଥାନାକୁ ଆଣି ପଚାରାଉଚରା ଚଳାଇଛି । ଅପରପକ୍ଷେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଥିବା ବେଳେ ଗିରଫ ଯୁବକଙ୍କୁ ଡାକ୍ତରୀ ମାଇନା କରିବାପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । Advertisement
୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ…
ଲାଞ୍ଚ ନେବା ବେଳେ ଧରା ପଡିଲେ ସବ-ଇନିସପେକ୍ଟର ଅନୁଗୁଳ – ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ ଇନିସପେକ୍ଟର ପ୍ରମୋଦ ନାୟକ । ସୂଚନା ଅନୁସାରେ ବନ୍ତଳା ଥାନାରେ କାର୍ଯ୍ୟରତ…
ଜେଲରେ ଦେଇଥିବା ଧାର ଟଙ୍କାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ – ଅଭିଯୁକ୍ତ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁ ନିକଟ ରାସ୍ତା ପାର୍ଶ୍ଵରେ ହୋଇଥିବା ହତ୍ୟାକାଣ୍ଡର ପୁଲିସ ପରଦା ହଟାଇଛି । ଉଭୟ ଜେଲରେ ଥିବା…