ମୁଖ୍ୟ ଖବର ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ Angul OnlineJuly 12, 2024July 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫ ପୁଣି ଦୁଇ ଜଣଙ୍କ ଜୀବନ ନେଇଛି । ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ୱର୍ ଜାତୀୟ ରାଜପଥର କୁଲାଡ଼ଠାରେ ଟ୍ୟାଙ୍କର ଚପାରେ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବଅଁରପାଳ ଥାନା ଗଡସନ୍ତ୍ରି ଗ୍ରାମ ମନ୍ଦିରସାହିର ଆକାଶ ସାମଲ । ସୂଚନା ଅନୁସାରେ ଇଡକୋ ତରଫରୁ ୧୧ କେଭି ବିଦ୍ୟୁତ୍ ସଂଯୋଗ ପାଇଁ ଜାତୀୟ ରାଜପଥ କଡରୁ ଗଛ କାଟିବା ପାଇଁ ଇଡକୋ ଆଦ୍ୟ ଉର୍ଜା ନାମକ ଏକ ଠିକା ସଂସ୍ଥା କୁ କାର୍ଯ୍ୟ ଦିଆଯାଇଥିଲା । ଉକ୍ତ ଠିକା ସଂସ୍ଥା ନିଜେ କାର୍ଯ୍ୟ ନ କରି ଦୁଃଖ ବନ୍ଧୁ ବିଶ୍ଵାଳ ନାମକ ଏକ ସବ ଠିକାଦାରଙ୍କୁ କାର୍ଯ୍ୟ ଭାର ଦେଇଥିଲେ । ସକାଳ ପ୍ରାୟ ୧୦.୨୦ ସମୟରେ ଆକାଶଙ୍କ ସହିତ ଅନ୍ୟ ୧୦ ଜଣ ବିଦ୍ୟୁତ ସଂଯୋଗ ପାଇଁ କୁଲାଡ଼ ପେଟ୍ରୋଲ ପମ୍ପ ପାଖରେ ଗଛ କାଟୁଥିଲେ । ଗଛ ତଳେ ଆକାଶ ଛିଡା ହୋଇଥିବା ବେଳେ ନିଜ ଉପରେ ଗଛ ପଡ଼ିଯିବ ବୋଲି ଆକାଶ ସେହିଠାରୁ ପଛକୁ ଘୁଞ୍ଚି ଯିବାରୁ ଅନୁଗୁଳ ଆଡୁ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଆକାଶଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୫୫ ନମ୍ବର୍ ଜାତୀୟ ରାଜପଥ ଜରଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରଲର ସହ ବାଇକ୍ ଧକ୍କା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ୍ ଆରୋହୀ ଜଣଙ୍କ ତାଳଚେର ଲୋକେଇପଶିର ହୃଦାନନ୍ଦ ବାଘ ବୋଲି ଜଣା ପଡିଛି । ସେହିପରି ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ନୁଆଁପଡା ଛକରେ ଦୁର୍ଘଟଣାରେ ଦୁଇଆ ଜଣଙ୍କ ମୃତ୍ୟୁ ହୋଇଛି । ନୂଆଁପଡା ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲରେ ଥିବା ଦୁଇ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ଶୁଶୁଡା ଗ୍ରାମର ଅଲେଖ ସାହୁ ଓ ଅନ୍ୟ ଜଣଙ୍କ ଖଲାରି ଗାଁର ବ୍ରଜ କିଶୋର ସାହୁ ବୋଲି ଜଣା ପଡିଛି । ଉଭୟ ରୋଷେୟା ଥିବା ବେଳେ ତାଳଚେର ବଲହରରେ ଏକ ଘର ପ୍ରତିଷ୍ଠା ଉତ୍ସବରେ ରୋଷେଇ ସାରି ଘରକୁ ଫେରୁଥିଲେ । Advertisement
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…
ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି…