ରାଜନୀତି କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ Angul OnlineMay 4, 2023May 4, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥିତ ପ୍ରାଥୀ ଜଳଧର ସାମଲ ୧୧୬୯ ଭୋଟ ପାଇଥିଲେ । ଫଳରେ ହୃଷିକେଶ ଜଳଧରଙ୍କୁ ୩୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଆଜିର ନିର୍ବାଚନ ଫଳାଫଳ ଗଣତିରେ ୪୨ ଖଣ୍ଡ ଭୋଟ ନାକଚ ହୋଇଥିଲା । ନିର୍ବାଚନ ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ପାଲଲହଡା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ଜନସାଧରଣଙ୍କୁ ଧନ୍ୟବାଦ ଦେଇଛନ୍ତି ନବ ନିର୍ବାଚିତ ସରପଞ୍ଚ ହୃଷୀକେଶ ସlମଲ । କଣିହାଁ ପଵିତ୍ରମୋହନ ସଭାଗୃହ ଠାରେ ହୋଇଥିବା ଏହି ଗଣତି ବିଡ଼ିଓ ନିଶାନ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଗଣନା ପରିଚାଳନା କରିଥିଲେ । ସୁରକ୍ଷା ପାଇଁ ପୁଲିସ ବିଭାଗ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲା । ସୂଚନାଯୋଗ୍ୟ ଯେ , ଗତ ତ୍ରିସ୍ତରୀୟ ନିର୍ବାଚନ ଫଳାଫଳରେ ତ୍ରୁଟି ଥିବା ଦର୍ଶାଇ ମାମଲା କୋର୍ଟକୁ ଯାଇଥିଲା । କୋର୍ଟଙ୍କ ନିର୍ଦେଶ ଅନୁସାରେ ଘୋଷଣା ହୋଇଥିବା ସରପଞ୍ଚ ଫଳାଫଳକୁ ଅସିଦ୍ଧ ଘୋଷଣା କରି ପୁନଃ ଉପ ନିର୍ବାଚନ ପାଇଁ ନିର୍ଦେଶ ହୋଇଥିଲା । ଏଥିପାଇଁ ଗତ ୨ ତାରିଖରେ ନିର୍ବାଚନ ହୋଇଥିଲା । Advertisement
ଯଯାତୀ ହେଲେ ଜିଲ୍ଲା ବିଜେପି ସଭାପତି ଭୁବନେଶ୍ବର – ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ…
ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ…
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧି – ସୁରଥ ବିଶ୍ବାଳ ଅନୁଗୁଳ – ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ…