ରାଜନୀତି କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ Angul OnlineMay 4, 2023May 4, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥିତ ପ୍ରାଥୀ ଜଳଧର ସାମଲ ୧୧୬୯ ଭୋଟ ପାଇଥିଲେ । ଫଳରେ ହୃଷିକେଶ ଜଳଧରଙ୍କୁ ୩୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଆଜିର ନିର୍ବାଚନ ଫଳାଫଳ ଗଣତିରେ ୪୨ ଖଣ୍ଡ ଭୋଟ ନାକଚ ହୋଇଥିଲା । ନିର୍ବାଚନ ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ପାଲଲହଡା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ଜନସାଧରଣଙ୍କୁ ଧନ୍ୟବାଦ ଦେଇଛନ୍ତି ନବ ନିର୍ବାଚିତ ସରପଞ୍ଚ ହୃଷୀକେଶ ସlମଲ । କଣିହାଁ ପଵିତ୍ରମୋହନ ସଭାଗୃହ ଠାରେ ହୋଇଥିବା ଏହି ଗଣତି ବିଡ଼ିଓ ନିଶାନ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଗଣନା ପରିଚାଳନା କରିଥିଲେ । ସୁରକ୍ଷା ପାଇଁ ପୁଲିସ ବିଭାଗ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲା । ସୂଚନାଯୋଗ୍ୟ ଯେ , ଗତ ତ୍ରିସ୍ତରୀୟ ନିର୍ବାଚନ ଫଳାଫଳରେ ତ୍ରୁଟି ଥିବା ଦର୍ଶାଇ ମାମଲା କୋର୍ଟକୁ ଯାଇଥିଲା । କୋର୍ଟଙ୍କ ନିର୍ଦେଶ ଅନୁସାରେ ଘୋଷଣା ହୋଇଥିବା ସରପଞ୍ଚ ଫଳାଫଳକୁ ଅସିଦ୍ଧ ଘୋଷଣା କରି ପୁନଃ ଉପ ନିର୍ବାଚନ ପାଇଁ ନିର୍ଦେଶ ହୋଇଥିଲା । ଏଥିପାଇଁ ଗତ ୨ ତାରିଖରେ ନିର୍ବାଚନ ହୋଇଥିଲା । Advertisement
ବିଶ୍ୱରଜନ ପାଣିଗ୍ରାହୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ମନୋନୀତ ଅନୁଗୁଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ୧୨ଟି ଜିଲ୍ଲା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି।…
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…
ଆସନ୍ତାକାଲି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ – ଦଶନ୍ଧି ପରେ ଜିଲ୍ଲାକୁ ମିଳିବ ଗୁରୁତ୍ୱ !! ଅନୁଗୋଳ – ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଲୋକସେବା ଭବନର କନଭେନସନ ସେଣ୍ଟରରେ ପୂର୍ବାହ୍ମରେ ଶପଥ ଉତ୍ସବ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀଙ୍କୁ…