ଅପରାଧ ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ Angul OnlineMay 4, 2023May 4, 2023 ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ ହୋଇଛି । ସୂଚନା ଅନୁସାରେ , ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ସବ୍ଇନିସପେକ୍ଟର ଗାୟତ୍ରୀ ମାଝୀ ସଦଳବଳ ଅନୁଗୋଳ ଫାୟାର ଷ୍ଟେଶନ୍ ଛକଠାରେ ଏକ ଦାମି କାର(ଓଡି-୨୨ଏଫ-୪୦୦୦)କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର ଡିକିରୁ ୪୦୦ ଲିଟର ଦେଶୀ ଜବତ ହୋଇଥିଲା । ଫଳରେ ମଦ ଚାଲଣ କରୁଥିବା ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁର ରାହୁଲ ସାହୁ(୨୦) ଓ ରେଙ୍ଗାଲି ଡ୍ୟାମର ସୁଶିଲ ମହାନ୍ତି(୨୦)ଙ୍କୁ ଗିରଫ କରା ଯାଇଥିଲା । ଏଥିସହ ସମ୍ପୃକ୍ତ କାରକୁ ଜବତ କରା ଯାଇଛି । କାରଟି ରେଙ୍ଗାଳି ଥାନା ଅଞ୍ଚଳରୁ ବେଆଇନ ଦେଶୀ ମଦ ନେଇ ଅନୁଗୋଳକୁ ଆସୁଥିଲା । ଜବତ ମଦର ଦାମ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ବିଭାଗ ତରଫରୁ ପ୍ରକାଶ କରାଯାଇଛି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…
ରାଜରାସ୍ତାରେ ରାହାଜାନୀ କରି ବନ୍ଧା ହେଲେ ଚାରି ଯୁବକ ଅନୁଗୁଳ – ଦିନ ଦ୍ୱିପ୍ରହରରେ ରାଜ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ମାଡ ମାରି ବ୍ଲାକମେଲ କରି ଟଙ୍କା ଓ ମୋବାଇଲ ଲୁଟ କରିବା ଘଟଣାରେ ୪…
ଟଙ୍କା ଓ ପରେ ପ୍ରେମିକା ଉପରେ ନଜର ପକେଇବା ଯୋଗୁଁ ହତ୍ଯାକାଣ୍ଡ – ଦୁଇ ମହିଳା ସମେତ ଚାରି ଗିରଫ ଅନୁଗୋଳ – ବ୍ୟବସାୟରେ କରିଥିବା ଲାଭ ଟଙ୍କା ଦେଉ ନଥିଲା , ତାପରେ ପ୍ରେମିକା ଉପରେ ନଜର ପକାଇଲା । ସେଇଥିପାଇଁ ଯୋଜନା କଲା ଏବଂ ଯୋଜନା…