ଅପରାଧ ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ Angul OnlineAugust 2, 2021August 2, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍ ଗ୍ରାମର ସତୁରୀ ବର୍ଷିୟା ସୋମବାରୀ ହାଁସଦା ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ତିନି ଚାରି ମାସ ହେବ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ଟାଙ୍କି ହାଟିଂ ଅଞ୍ଚଳରେ ରହି ଆସୁଥିଲେ । ସେଠାରେ ତାଙ୍କର ଝିଅ ଜେମା ହାଁସଦା ଓ କେନ୍ଦୁଝର ଶୁଆକାଟି ଥାନା ଭରୁମୁଣ୍ତା ଗ୍ରାମର ଜ୍ବାଇଁ ରଞ୍ଜନ ଭୂୟାଁ ମଧ୍ୟ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଝିଅ ଜେମା ହାଁସଦା ଓ ଜ୍ବାଇଁ ରଞ୍ଜନ ଭୂୟାଁଙ୍କ ମଧ୍ଯରେ ଘରୋଇ କଥାକୁ ନେଇ ଝଗଡା ଓ ମାଡପିଟ୍ ହୋଇଥିଲେ । ଶାଶୁ ସୋମବାରୀ ହାଁସଦା ଝିଅ ଜ୍ବାଇଁଙ୍କୁ ଛଡାଇବା ସମୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଜ୍ବାଇଁ ଧମକ ଦେବାରୁ ସେ ସେଠାରୁ ପଳେଇ ଆସିଥିଲେ । ତେବେ ଆଜି ସକାଳେ ସୋମବାରୀ ହାଁସଦା ଦେଖିଲା ବେଳକୁ ଝିଅର ମୃତଦେହ ପଡି ରହି ଥିବା ବେଳେ ଜ୍ବାଇଁ ଘରେ ନଥିଲେ । ଏହା ଦେଖି ସୋମବାରୀ ରେଙ୍ଗାଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରେଙ୍ଗାଳି ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । Advertisement
ପୁଲିସକୁ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ ମାରିବା ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ…
ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ…
୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ…