ଖେଳ ଓ ଖେଳାଳି ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ Angul OnlineOctober 23, 2022October 23, 2022 ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି । ଆଜିର ଦିନରେ ହୋଇଥିବା ଫାଇନାଲ ମ୍ୟାଚ୍ ଭୂବନେଶ୍ବରର ଜଗା ୟୁନାଇଟେଡ ଓ ସୁନ୍ଦରଗଡର ଜମୁନା ଫୁଟୁବଲ କ୍ଲବ ମଧ୍ୟରେ ଖେଳହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୨ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୨ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ। ୩ ଟି ମ୍ୟାଚ୍ ଖେଳି ଦିନବନ୍ଧୁ ଦାସ ୮ ଟି ଗୋଲ ସ୍କୋର କରିଥିଲେ । ଉଦଯାପନି ଉତ୍ସବରେ ଉଦଘାଟକ ଭାବେ ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଉଦଜାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ସମ୍ନାନିତ ଅତିଥି ଭାବେ ଟାମାଡା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ ସମରେନ୍ଦ୍ର ଦେହୁରି , ସମିତି ସଭ୍ୟ ସୋରଜ ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ ଅନୁଗୁଳ – କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ । ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ଅନଗୁଳ ଜିଲ୍ଲା ଯୋଗ ସ˚ଘ…
ଓଡିଶା କ୍ରିକେଟ ଆନୁକୁଲ୍ୟରେ ଅନୁଗୁଳରେ କ୍ରିକେଟ ଏକାଡେମୀ ଉଦଘାଟିତ ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ…
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…