ଖେଳ ଓ ଖେଳାଳି କବାଡି ଚମ୍ପିୟାନସିପ ଆରମ୍ଭ Angul OnlineDecember 22, 2022December 22, 2022 ଅନୁଗୁଳ – ଅନୁଗୁଳରେ ଆୟୋଜନ ହୋଇଛି ରାଜ୍ୟ ସ୍ଥରୀୟ ୭୦ ତମ ସିନିୟର କବାଡି ଚମ୍ପିୟାନସିପ । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୁଳ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ଏହି ଚମ୍ପିୟାନସିପର ଆୟୋଜନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲାର ୩୨ ଟି ପୁରୁଷ ଓ ୨୪ ଟି ମହିଳା ଦଳର ପ୍ରାୟ ୯୧୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଉଭୟ ଲିଗ ଓ ନକ ଆଉଟ ପର୍ଯ୍ୟାୟରେ ମ୍ୟାଚ ଖେଳାଯିବ । ଏଠାରେ ଭଲ ପଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗି ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ପଠା ଯିବ । ଆଜି ଆରମ୍ବ ହୋଇଥିବା ଏହି ଚମ୍ପିୟାନସିପ ପୂର୍ବରୁ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ସାଂସ୍କୃତିକ ଦଳ ମାନଙ୍କୁ ନେଇ କବାଡି ଚମ୍ପିୟାନସିପର ରାଲି ବାହାରି ଥିଲା । ଏହା ପରେ ସେଣ୍ଟ୍ରାଲ ଲଜ ଛକ ଦେଇ, ବଜାର ଛକ , ରାଜା ଛକ, ଥାନା ଛକ ଦେଇ ବିଜୁ ମଇଦାନରେ ପହଞ୍ଚିଥିଲା । ରାଲି ଏଠାରେ ପହଁଚିବା ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ । ତିନିଦିନ ଚାଲିବ ଏହି ପ୍ରତିଯୋଗିତା । Advertisement
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…
୧୪ ତାରିଖରୁ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଗୁଳ – ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍ସିପ ଚଳିତମାସ ୧୪ରୁ ୧୭…
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…