ଆଞ୍ଚଳିକ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ Angul OnlineAugust 9, 2021August 11, 2021 ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସେହି ଦିନକୁ କ୍ରାନ୍ତୀ ଦିବସ ଭାବେ ପାଳନ କରା ଯାଇଆସୁଛି । ଏହି ୯ ଅଗଷ୍ଟ ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ବରେ ଅନେକ ଭାରତୀୟ ସତ୍ୟାଗ୍ରହୀ ଯୋଗ ଦେଇ ମୁମ୍ବାଇ ର ଶିବାଜୀ ପାର୍କ (ଏବେ କ୍ରାନ୍ତୀ ମୈଦାନ ନାମିତ)ରେ ବ୍ରିଟିଶ ଶାସନ ବିରୁଦ୍ଧରେ ଆମେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରିବା ବୋଲି ଶପଥ ନେଇଥିଲେ । ଯେଉଁଥିରେ ତାଙ୍କର ସ୍ଲୋଗାନ ଥିଲା “କର ବା ମର” । ଏହାକୁ ମାନେ ପକାଇ ରାଷ୍ଟ୍ରୀୟ ଯୁବ ସଂଗଠନ ଓ ନବ ମାଳତୀ ସ୍ମୃତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ , ବରିଷ୍ଠ ସମ୍ବାଦିକ ବିଶ୍ବରଞ୍ଜନ ପଟନାୟକ , ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତି , ପର୍ଶୁରାମ ଦାଶ , ବିଦ୍ୟାଧର ନାୟକ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଯେଉଁଥିରେ ସଂଗଠକ ସିତୁ ନାୟକ , ରଶ୍ମିରଞ୍ଜନ ସାହୁ , ଅଦ୍ୟାଶ୍ଲୋକ ମିଶ୍ର , ଅନିରୋଧ ନାୟକ , ଦିବ୍ୟଜ୍ୟୋତି ନାୟକ ଓ ଛବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। Advertisement
ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା…
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…
ସମର୍ପଣ ଏକାଡେ଼ମୀରେ ଶିଶୁ ଦିବସ-ସ୍ନେହ ଓ ମମତା ସହିତ ଶିଶୁଙ୍କୁ ଗଢିବା ଅନୁଗୁଳ – ଶିଶୁ ବିକାଶର ଚାବିକାଠି ହେଉଛି ଭାବ ପ୍ରବଣ ସୁରକ୍ଷା । ଯେତେବେଳେ ପିଲାଙ୍କୁ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ, ସେମାନେ…