ବାଣିଜ୍ୟ ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ Angul OnlineNovember 14, 2024November 14, 2024 ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ ଠାରେ ଆଜି ଏହାର ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଛି । ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜେର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ । ଏହି ଗାଡି ଗ୍ୟାସ ଓ ପେଟ୍ରୋଲ ଉଭୟ ଇନ୍ଧନରେ ଚାଲିପାରିବ । ଏଥିରେ ୨ କେଜି ଗ୍ୟାସ ଟାଙ୍କି ସହ ପେଟ୍ରୋଲ ଟାଙ୍କି ରହିଛି । ୧ କେଜି ଗ୍ୟାସରେ ଏହି ମୋଟରସାଇକେଲ ୧୦୦କିଲୋମିଟରରୁ ଅଧିକ ଯାଇପାରିବ । ଉଭୟ ଗ୍ୟାସ ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ଗାଡ଼ିରେ ରହିଛି । ବଜାରକୁ ୩ ପ୍ରକାର ଗାଡି ପ୍ରବେଶ କରିବା ସହ ୫ଟି ରଙ୍ଗର ଗାଡି ଉପଲବ୍ଧ ଅଛି । ଏହି ମୋଟରସାଇକେଲ ସାଧାରଣ ମୋଟରସାଇକେଲ ଠାରୁ ପ୍ରାୟତଃ ୫୦ ପ୍ରତିଶତ ପ୍ରଦ୍ୟୁଷଣ କମ୍ ରହିବ । Advertisement
ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ – ବିଭୁତି ସଭାପତି , ଦିଲ୍ଲୀପ କାର୍ଯ୍ୟକାରୀ ସଭାପତି ଅନୁଗୁଳ – ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ୨୦୨୨-୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ପାଠ ଉତ୍ସବ କଟକ ଜିଲ୍ଲା ଖୁଣ୍ଟୁଣୀ ଠାରେ…
ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ…
ଆଇସିକ୍ୟୁସିସି ୨୨ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ ଅନୁଗୁଳ – ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର…