ବାଣିଜ୍ୟ ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ Angul OnlineNovember 14, 2024November 14, 2024 ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ ଠାରେ ଆଜି ଏହାର ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଛି । ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜେର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ । ଏହି ଗାଡି ଗ୍ୟାସ ଓ ପେଟ୍ରୋଲ ଉଭୟ ଇନ୍ଧନରେ ଚାଲିପାରିବ । ଏଥିରେ ୨ କେଜି ଗ୍ୟାସ ଟାଙ୍କି ସହ ପେଟ୍ରୋଲ ଟାଙ୍କି ରହିଛି । ୧ କେଜି ଗ୍ୟାସରେ ଏହି ମୋଟରସାଇକେଲ ୧୦୦କିଲୋମିଟରରୁ ଅଧିକ ଯାଇପାରିବ । ଉଭୟ ଗ୍ୟାସ ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ଗାଡ଼ିରେ ରହିଛି । ବଜାରକୁ ୩ ପ୍ରକାର ଗାଡି ପ୍ରବେଶ କରିବା ସହ ୫ଟି ରଙ୍ଗର ଗାଡି ଉପଲବ୍ଧ ଅଛି । ଏହି ମୋଟରସାଇକେଲ ସାଧାରଣ ମୋଟରସାଇକେଲ ଠାରୁ ପ୍ରାୟତଃ ୫୦ ପ୍ରତିଶତ ପ୍ରଦ୍ୟୁଷଣ କମ୍ ରହିବ । Advertisement
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ଭୁବନେଶ୍ଵର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ…
ଟେକ୍ସାସ୍ ୟୁନିଭରସିଟି (ଡଲାସ୍) ଦ୍ବାରା ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ ନୂଆଦିଲ୍ଲୀ – ଶିଳ୍ପ , ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…