ମୁଖ୍ୟ ଖବର ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ Angul OnlineMay 18, 2023May 18, 2023 ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷାରେ ଅନୁଗୋଳ ଜିଲ୍ଲାରେ ପାସ୍ ହାର ୯୬.୬୪ ପ୍ରତିଶତ ରହିଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷାଫଳ ଭଲ ହୋଇଥିବା ଜଣାପଡ଼ିଛି । ଗତବର୍ଷ ପାସ୍ ହାର ୯୩.୬୦ ପ୍ରତିଶତ ଥିବାବେଳେ ଚଳିତ ଥର ୯୬.୬୪ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଜିଲାରେ ଏ – ୧ଗ୍ରେଡ୍ରେ ୧୧୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । କୋଭିଡ୍ ପରେ ରାଜ୍ୟର ଚଳିତବର୍ଷ ପୂର୍ବ ଭଳି ଛାତ୍ରଛାତ୍ରୀ ମାନେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ଜିଲାର ମାଟ୍ରିକ୍ ପରୀକ୍ଷା ପାଇଁ ୨୬୩ଟି ବିଦ୍ୟାଳୟରୁ ୧୬ , ୨୪୪ ଜଣ ଛାତ୍ରୀଛାତ୍ର ଫର୍ମ ଫିଲପ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇନଥିବା ବେଳେ ୬୯ ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଅସାଧୁ ଉପାୟ ( କପି ) ଅବଲମ୍ବନ କରି ଧରାପଡ଼ିଥିଲେ । ତେବେ ଜିଲାରୁ ମୋଟ ୧୫ , ୬୯୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ – ୧ ଗ୍ରେଡ଼ରେ ୧୧୧ ଜଣ ପରୀକ୍ଷାର୍ଥୀ , ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି । ସେହିପରି ଏ – ୨ଗ୍ରେଡ୍ରେ ୭୭୮ ଜଣ , ବି – ୧ଗ୍ରେଡ଼ରେ ୨୨୫୦ ଜଣ , ବି – ୨ ଗ୍ରେଡ୍ ୩୩୨୧ ଜଣ , ସି ଗ୍ରେଡ୍ରେ ୩୫୭୪ , ଡ଼ି ଗ୍ରେଡ୍ରେ ୩୨୨୯ ଜଣ , ଇ ଗ୍ରେଡ୍ରେ ୨୪୩୬ ଜଣ ଓ ଏଫ ଗ୍ରେଡ୍ରେ ୨୮୦ ଜଣ ପାସ୍ କରିଛନ୍ତି । ଜିଲାରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନେ ପାସ୍ ହାରରେ ଆଗରେ ରହିଥିବା ପରୀକ୍ଷା ଫଳରୁ ଜଣାପଡ଼ିଛି । ଜିଲ୍ଲାର ୮୦୫୫ ଜଣ ଛାତ୍ର ପାସ୍ କରିଥିବା ବେଳେ ୭୬୪୪ ଜଣ ଛାତ୍ରୀ ପାସ୍ କରିଛନ୍ତି । Advertisement
କ୍ରେନ୍ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା ନାଲକୋନଗର ଅନୁଗୁଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍ ଚାପି ଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆହତା ଗ୍ରାମର ୫୮…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ…
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…