ମୁଖ୍ୟ ଖବର ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ Angul OnlineNovember 21, 2022November 21, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସସରେ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଦୃତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଆଗପଟୁ ଆସୁଥିବା ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟିଥିବା ଟାଟା ଇଣ୍ଡିଗୋ କାର (OD 15D7897) ର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ମୋଟରସାଇକେଲ ଚାଳକଙ୍କ ପରିଚୟ ମିଳିପାରିନାହିଁ । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖଛି । Advertisement
ଭସାଣି ବେଳେ ଦୁର୍ଘଟଣା – ୫ ଆହତ କଣିହାଁ – ଭସାଣି ବେଳେ ଦୁର୍ଘଟଣା । ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି…
5T ପଦକ୍ଷେପ- ବିବାହ, ଅନ୍ତିମ ସଂସ୍କାର ଏବଂ ଜରୁରୀକାଳୀନ ଭ୍ରମଣ ପାସ୍ ପାଇଁ ମିଳିବ ଇ-ଅନୁମତି ଅନୁଗୁଳ – ସରକାରୀ ସେବାର ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ଅନୁଗୁଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଇ-ପରମିସନ୍ ମଡ୍ୟୁଲ୍ ଆରମ୍ଭ କରିଛି ।…
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ…