ବାଣିଜ୍ୟ ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି ମଡ଼େଲ ପ୍ରବେଶ କରିଛି । ଦୁଇଟି ମଡ଼େଲ କ୍ଲାସିକ୍ ଓ ଫ୍ରିଡ଼ମ୍ ରହିଥିବା ବେଳେ ଏହାକୁ ଥରେ ଚାର୍ଜ କରିଲେ ୭୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଏହାର ବେଗ ସର୍ବାଧିକ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ । ଯେଉଁଥରେ ପରିବହନ ବିଭାଗର କୌଣସି କାଗଜପତ୍ର କିମ୍ବା ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାର ମୂଲ୍ୟ ୭୨ରୁ ୭୩ ହଜାର ମଧ୍ୟରେ ରହିବ ବୋଲି ସଂସ୍ଥାର ରିଜୋନାଲ ମ୍ୟାନେଜର ଆବଜର କହିଛନ୍ତି । ସେହିଭଳି ଫାଷ୍ଟା ମଡ଼େଲରେ ଘଣ୍ଟାକୁ ୬୦ କିଲୋମିଟର ଗତିରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ । ଏହାର ମୂଲ୍ୟ ୧ ଲକ୍ଷ ୧୧ ହଜାର ରହୁଥିବା କୁହାଯାଇଛି । ଏହି ଫାଷ୍ଟ ମଡ଼େଲ ଗାଡ଼ିରେ ସବ୍ସିଡ଼ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଣ୍ଟ ୫ ହଜାର ଟଙ୍କା ସବ୍ସିଡ଼ ବାବଦକୁ ଯିବାର ବ୍ୟବସ୍ଥା ରହିଥିବା ଆବଜର କହିଛନ୍ତି । ଏହି ସୋ ରୁମ୍ ଉଦ୍ଘାଟନ ଅବସରରେ ସୋ ରୁମ୍ ମାଳିକ ଗିରଜା ଶଙ୍କର ଅଗ୍ରୱାଲ, ଓକାୟାର ରିଜୋନାଲ ମ୍ୟାନେଜର ଆବଜର, ଜୋନାଲ ସର୍ଭିସ ହେଡ଼ ଅଞ୍ଜନ, ରାଜ୍ୟ ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪ ନୂଆଦିଲ୍ଲୀ- ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ…