ଦୁର୍ଘଟଣାରେ ମୋଟରସାଇକେଲ ଆରୋହି ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଗୌଡସାହି ନିକଟରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ମୃତକ ଜଣଙ୍କ ପୁରୁଣାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର କପିଳ ପ୍ରଧାନ ଏବଂ ଗୁରୁତର ଜଣଙ୍କ ହେଲେ ସେହି ଗ୍ରାମର ସୁଜିତ୍ ପ୍ରଧାନ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, କପିଳ ପ୍ରଧାନ ଏବଂ ସୁଜିତ୍ ପ୍ରଧାନ ମୋଟରସାଇକେଲ ଯୋଗେ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁରୁଣାଗଡ ଗ୍ରାମର ଗୌଡସାହି ନିକଟରେ ଭାରସ୍ୟାମ ହରାଇ ଗଛରେ ଧକ୍କା ଦେଇଥିଲେ । ଧକ୍କା ହେବା ଫଳରେ ଦୁହେଁ ଛିଟିକି ପଡିଥିଲେ । ସ୍ତାନୀୟବାସୀ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ କପିଳ ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ପଟେ ସୁଜିତ୍ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *