ମୁଖ୍ୟ ଖବର ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ Angul OnlineOctober 22, 2021October 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ସୂଚନା ଅନୁସାରେ ଯୋଗେଶ୍ୱର ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହେଲେ ଗାଁ ମୁଣ୍ଡରେ ମୃତ୍ୟୁ ଯେମିତି ଛକି ରହିଥିଲା । ଭୋର ପ୍ରାୟ 4 ଟା ବେଳେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ କଚାଡି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି । Advertisement
ଘରୋଇ ଋଣ ଚାପରେ ଯୁବକ କଲେ ଆତ୍ମହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଘରୋଇ ଋଣ ଚାପରେ ଆତ୍ମହତ୍ୟା…
ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି…
କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି ।…