ମୁଖ୍ୟ ଖବର ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ Angul OnlineOctober 22, 2021October 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ସୂଚନା ଅନୁସାରେ ଯୋଗେଶ୍ୱର ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହେଲେ ଗାଁ ମୁଣ୍ଡରେ ମୃତ୍ୟୁ ଯେମିତି ଛକି ରହିଥିଲା । ଭୋର ପ୍ରାୟ 4 ଟା ବେଳେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ କଚାଡି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି । Advertisement
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…
ଅଜଣା ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ…
ଡଙ୍ଗାରୁ ପଡି ଭାସିଗଲେ ବୃଦ୍ଧ – ୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବୁରୁବାହାଳ ଗାଁ ଟିକିରା ନଦୀ ଘାଟରେ ଦଙ୍ଗାରେ ଆସୁଥିବା ବେଳେ ଦଙ୍ଗାରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି…