ମୁଖ୍ୟ ଖବର କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ପିଢ ନିକଟସ୍ଥ ଏକ କୂଅରେ ଶିବ ପଧାନ ନାମକ ଜଣେ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିବା ବେଳେ ଖସି ପଡିଥିଲା । ଶିଶୁ ଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ବାଳକ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ତେବେ ଉଭୟ କୁଆଡ଼େ ପଡି ଚିତ୍କାର ପକେଇବା ଯୋଗୁଁ ପାଖରେ କାମ କରୁଥିବା ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରି ନାମକ ତିନି ଯୁବକ କୂଅରେ ପଶି ସେମାନଙ୍କୁ ଉଧାର କରିବାକୁ ଚେଷ୍ଟା କରିଥିଲେ । ସେମାନେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରି ନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିନ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଛେଣ୍ଡିପଦା ଅଗଣିଷମା ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି । Advertisement
ଦୁର୍ଘଟଣାରେ ଛାତ୍ର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ…
ପୋଖରୀରେ ବୁଡି ବାଳକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା…
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…