ମୁଖ୍ୟ ଖବର ମୋଟରସାଇକେଲ ଧକ୍କାରେ ଜଣେ ମୃତ Angul OnlineMarch 29, 2022March 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୁଦପାଳ ଛକ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟ ହୋଇଛି । ମୃତକ ଯୁବକ ଜଣକ ନାଣ୍ଡିଛୋଡା ଗ୍ରାମର ଭରତ ଗଡନାୟକ ବୋଲି ଜଣାପଡିଛି । ସୂଚନା ଅନୁସାରେ ନାଣ୍ଡିଛୋଡ ଗ୍ରାମର ଭରତ ଗଡନାୟକ ରାତି ସାଢେ ୯ଟା ବେଳେ କୁଦପାଳ ଛକ ନିକଟରେ ଛିଡା ହୋଇଥିବା ବେଳେ କୋଶଳାରୁ ଅନୁଗୁଳ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ଲୋକ କ୍ଷତିପୂରଣ ଦାବିରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଓ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡିଛି । ଅପରପକ୍ଷେ ପୁଲିସ ଘଟଣାର ତଦନ୍ତ କରିବା ସହିତ ମୋଟରସାଇକେଲ ଓ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ …
ଗଛରେ ପିଟି ହେଲା କାର – R. I. ମୃତ , ଦୁଇଟି ପରିବାରର ୬ ଗୁରୁତର ଅନୁଗୁଳ – ବ୍ରହ୍ମପୁରରୁ ମା ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି…
ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ତାଳଚେର – ଆସନ୍ତାକାଲି(ବୁଧବାର) ତାଳଚେର ବନ୍ଦ ଡାକରା ଦେଇଛି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଦାବିରେ ସକାଳ ୬…