ମୁଖ୍ୟ ଖବର ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineDecember 6, 2021December 6, 2021 ଅନୁଗୁଳ – ତାଳଚେର-ବଅଁରପାଳ ୧୪୯ ନମ୍ବର ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି ଯିବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ । ସେ ଭୂଷଣ ପ୍ଲାଣ୍ଟକୁ କାର୍ଯ୍ୟ କରିବା ପାଇଁ ଯାଉଥିବା ସମୟରେ ପଛପଟୁ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକ ୧୪୯ ନମ୍ବର ରାଜପଥକୁ ଅବରୋଧ କରି ଧାରଣା ଦେଇଥିଲେ । ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରିଥିଲା । ପରେ ପ୍ରଶାସନ ବୁଝାସୁଝା କରି ଆନ୍ଦୋଳନକାରୀ ମାନଙ୍କୁ ରାସ୍ତାରୁ ହଟେଇବା ପରେ ଜାତୀୟ ରାଜପଥ ୧୪୯ ରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । Advertisement
ରଘୁ ଆଉ ନାହିଁ ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ…
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ…