ଖେଳ ଓ ଖେଳାଳି ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା Angul OnlineOctober 16, 2022October 16, 2022 ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ ଫାଇନାଲ୍ରେ ପାଲଲହଡ଼ା ଦଳ ଚାମ୍ପିଅନ୍ ହୋଇଥିଲା । ଆଜି ବାଳକ ବିଭାଗର ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ପାଳଲହଡ଼ା ଦଳ ଚମତ୍କାର ବିଜୟ ସହ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରି ଛି । ଫାଇନାଲ ମ୍ୟାଚ୍ରେ ପାଳଲହଡ଼ । ଏକତରଫା ୩ – ୦ ଗୋଲରେ ଛେଣ୍ଡିପଦାକୁ ପରାସ୍ତ କରିଥିଲା । ଫାଇନାଲ୍ ମୁକାବିଲା ପୂର୍ବରୁ ଅନୁଷ୍ଠିତ ଦ୍ବିତୀୟ ସେମି ଫାଇନାଲ୍ରେ ଆଠମଲ୍ଲିକକୁ ୨ – ୦ ଗୋଲରେ ହରାଇ ଛେଣ୍ଡିପଦା ଫାଇନାଲ୍ରେ ପ୍ରବେଶ କରିଥିଲା । ଏହି ମ୍ୟାଚକୁ ରେଫରୀ ଭାବେ ଦୋଳଗୋବିନ୍ଦ ଦଲାଇ , ମନୋରଞ୍ଜନ ପଟ୍ଟନାୟକ , ଭଗ୍ରସେନ ପ୍ରଧାନ , ଦୋଳଗୋବିନ୍ଦ ବେହେରା , ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଏସ୍ କ ଜଗମୋହନ ମୀନା , ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇଥିବା ବେଳେ ଉଭୟ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । Advertisement
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…
କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ…