ଖେଳ ଓ ଖେଳାଳି ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା Angul OnlineOctober 16, 2022October 16, 2022 ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ ଫାଇନାଲ୍ରେ ପାଲଲହଡ଼ା ଦଳ ଚାମ୍ପିଅନ୍ ହୋଇଥିଲା । ଆଜି ବାଳକ ବିଭାଗର ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ପାଳଲହଡ଼ା ଦଳ ଚମତ୍କାର ବିଜୟ ସହ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରି ଛି । ଫାଇନାଲ ମ୍ୟାଚ୍ରେ ପାଳଲହଡ଼ । ଏକତରଫା ୩ – ୦ ଗୋଲରେ ଛେଣ୍ଡିପଦାକୁ ପରାସ୍ତ କରିଥିଲା । ଫାଇନାଲ୍ ମୁକାବିଲା ପୂର୍ବରୁ ଅନୁଷ୍ଠିତ ଦ୍ବିତୀୟ ସେମି ଫାଇନାଲ୍ରେ ଆଠମଲ୍ଲିକକୁ ୨ – ୦ ଗୋଲରେ ହରାଇ ଛେଣ୍ଡିପଦା ଫାଇନାଲ୍ରେ ପ୍ରବେଶ କରିଥିଲା । ଏହି ମ୍ୟାଚକୁ ରେଫରୀ ଭାବେ ଦୋଳଗୋବିନ୍ଦ ଦଲାଇ , ମନୋରଞ୍ଜନ ପଟ୍ଟନାୟକ , ଭଗ୍ରସେନ ପ୍ରଧାନ , ଦୋଳଗୋବିନ୍ଦ ବେହେରା , ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଏସ୍ କ ଜଗମୋହନ ମୀନା , ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇଥିବା ବେଳେ ଉଭୟ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । Advertisement
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ…