ଅପରାଧ ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ Angul OnlineJanuary 17, 2022January 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ ଏହି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଷରୁ କ୍ଷାନ୍ତ ପଡିବା ପରେ ଏବେ ପୁଣି ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ କରୁଛନ୍ତି । ମୁଖ୍ୟତଃ ଜଙ୍ଗଲ ଜମି ଓ ପାହାଡିଆ ଅଞ୍ଚଳ ଏବେ ଗଞ୍ଜେଇ ଚାଷୀଙ୍କ ଚରାଭୂମି ପାଲଟିଛି । ଏଭଳି ବେଆଇନ ଗବଜେଇ ଚାଷ ହୋଇଥିବା ଖବର ପାଇ ଆଜି ପୁରୁଣାକୋଟ ପୁଲିସ ଓ ଅନୁଗୁଳ ସ୍ପେଶାଲ ପୁଲିସ ଟିମ ପୁରୁଣାକୋଟ ଥାନା ଅଞ୍ଚଳର କନ୍ଧକୋଇଲି , ମୁଣ୍ଡାସାହି ଓ ବାଲିଜେରେଙ୍ଗରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ପ୍ରାୟ ୪ ଏକର ଜମିରୁ ଚାଷ ହୋଇଥିବା ପ୍ରାୟ ୬ ହଜାର ପରିପକ୍ୱ ଗଛ କଟା ଯାଇଥିଲା । ପରେ ପୁଲିସ ଏହି ସବୁ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଦେଇଛି । Advertisement
ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ…
ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ…
ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ…