ଆଞ୍ଚଳିକ କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ Angul OnlineMay 21, 2021May 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା କୋଭିଡ ପରିସ୍ଥିତି ବେଳେ ଅନୁଗୁଳ ପୁଲିସ କିଭଳି କାମ କରୁଛି ତାର ସମୀକ୍ଷା କରିଥିଲେ । ଜିଲ୍ଲାରେ ଲକଡାଉନ , ସପ୍ତାହନ୍ତ ସଟଡାଉନ ଓ ରାତ୍ରି କାଳୀନ କର୍ଫୁ ସମୟରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସବୁ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ପୁଲିସର କାମ ବେଶ ପ୍ରଶଂସନୀୟ ବୋଲି ଆଜି ଅନୁଗୁଳ ଗସ୍ତରେ ଆସିଥିବା ଡିଜି ଅଭୟ କହିଛନ୍ତି । ଅନୁଗୁଳ ପୁଲିସ କୋଭିଡ ଏନଫୋର୍ସମେଣ୍ଟ ଟିମ ଏହି ସମୟରେ ୬୭୦୮ ଅମନିଆଙ୍କ ଠାରୁ ମାସ୍କ ପିନ୍ଧି ନଥିବା ଯୋଗୁଁ ୧୯ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ଆଦାଯ କରା ଯାଇଛି । ସେହିପରି ୧୩୦ଟି ଦୋକାନକୁ ସିଲ କରାଯିବା ସହ ୫୪୫ ଊର୍ଦ୍ଧ୍ଵ ଗାଡ଼ିକୁ ଜବତ କରିଛି । ଏଥିପାଇଁ ଅନୁଗୁଳ ପୁଲିସକୁ ସାଧୁବାଦ ଦେବା ସହ ଅନୁଗୁଳ ବାସୀଙ୍କୁ କାରୋନା କଟକଣା ମାନିବବାକୁ ଅପିଲ କରିଥିଲେ । ଏହାପରେ ସେ ପୁଲିସ ଟ୍ରେନିଂ ସେଣ୍ଟର ଯାଇ ସେଠାରେ ତାଲିମ ନେଉଥିବା ସବ-ଇନ୍ସିପେକ୍ଟର ଓ ଅନ୍ୟାନ୍ୟ ତାଲିମଦାତାଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ପୁଲିସ ଡିଜି ଅଭୟଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଡ଼ିଜି ଲଲିତ ଦାସ, ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଓ ଅନୁଗୁଳ ଏସପି ଜଗମୋହନ ମୀନା ଆଦି ଉପସ୍ଥିତ ଥିଲେ । Advertisement
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ…
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…