ମୁଖ୍ୟ ଖବର କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର Angul OnlineApril 27, 2022April 27, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି । ସୂଚନା ଅନୁସାରେ ଛେଣ୍ଡିପଦା ଗ୍ରାମର ୬୦ ବର୍ଷୀୟ ପ୍ରାଣବନ୍ଧୁ ସେଠୀଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରେ ଥିବା କୂଅରେ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ରବିବାର ଦିନରେ ପ୍ରାଣବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଭୋଜି କରିଥିଲେ । ସନ୍ଧ୍ୟାରେ ମଧ୍ୟ ଭୋଜିରୁ ବଳିଥିବା ମାଂସ ଓ ମୁଢି ଖାଇ ଗୋଷ୍ଠୀ ଆସରରେ ରହିଥିଲେ । ତେବେ ସେ ଆଉ ଘରକୁ ଫେରି ନଥିଲେ । ରାତି ୯ ଟାରୁ ଘରୁ ନିଖୋଜ ଥିଲେ ପ୍ରାଣବନ୍ଧୁ । ନିଖୋଜ ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଖୋଜାଖୋଜି କରୁଥିବା ବେଳେ ଗ୍ରାମବାସୀ କୂଅରେ ତାଙ୍କ ମୃତହେଦ ଭାସୁଥିବା ଦେଖିବାକୁ ପାଇଥିଲେ । ପ୍ରଥମେ ମୃତଦେହ ସମ୍ପର୍କରେ କୌଣସି ଆଭାସ ମିଳିନଥିଲା । ଗତକାଲି ରାତି ୧୨ ଟାରୁ ୪୦ମିନିଟ ଧରି ଲାଇନ କଟିଥିବା ସମୟରେ ସ୍ଥାନୀୟ ଲୋକେ କୂଅରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଶୁଣି କୂଅ ନିକଟରେ ସ୍ଥାନୀୟ ଲୋକମାନେ ଆସି ପ୍ରାଣବନ୍ଧୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । କୂଅରେ ମୃତଦେହ ଦେଖି ପୁଲିସକୁ ଜଣେଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା । ଆଜି ସକାଳେ ପୁଲିସ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଚଳାଇଛି । Advertisement
ଦୂର୍ଗା ପଡିଆରୁ ହଟିବାକୁ ଟେଣ୍ଟ ହାଉସକୁ ନିର୍ଦେଶ ଅନୁଗୁଳ – ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆକୁ କବଜା କରିଥିବା ବେହେରା ଟେଣ୍ଟ୍ ହାଉସ୍କୁ ହାଇକୋର୍ଟଙ୍କ ଛାଟ ପଡିଛି । ତୁରନ୍ତ ଜବରଦଖଲରୁ ହଟି ନିଜ ଜିନିଷ…
ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video) ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ…
ସଂପୂର୍ଣ୍ଣ ବନ୍ଦ ହେଲା ଟିଟିପିଏସ – ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧…