ମୁଖ୍ୟ ଖବର କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର Angul OnlineApril 27, 2022April 27, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି । ସୂଚନା ଅନୁସାରେ ଛେଣ୍ଡିପଦା ଗ୍ରାମର ୬୦ ବର୍ଷୀୟ ପ୍ରାଣବନ୍ଧୁ ସେଠୀଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରେ ଥିବା କୂଅରେ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ରବିବାର ଦିନରେ ପ୍ରାଣବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଭୋଜି କରିଥିଲେ । ସନ୍ଧ୍ୟାରେ ମଧ୍ୟ ଭୋଜିରୁ ବଳିଥିବା ମାଂସ ଓ ମୁଢି ଖାଇ ଗୋଷ୍ଠୀ ଆସରରେ ରହିଥିଲେ । ତେବେ ସେ ଆଉ ଘରକୁ ଫେରି ନଥିଲେ । ରାତି ୯ ଟାରୁ ଘରୁ ନିଖୋଜ ଥିଲେ ପ୍ରାଣବନ୍ଧୁ । ନିଖୋଜ ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଖୋଜାଖୋଜି କରୁଥିବା ବେଳେ ଗ୍ରାମବାସୀ କୂଅରେ ତାଙ୍କ ମୃତହେଦ ଭାସୁଥିବା ଦେଖିବାକୁ ପାଇଥିଲେ । ପ୍ରଥମେ ମୃତଦେହ ସମ୍ପର୍କରେ କୌଣସି ଆଭାସ ମିଳିନଥିଲା । ଗତକାଲି ରାତି ୧୨ ଟାରୁ ୪୦ମିନିଟ ଧରି ଲାଇନ କଟିଥିବା ସମୟରେ ସ୍ଥାନୀୟ ଲୋକେ କୂଅରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଶୁଣି କୂଅ ନିକଟରେ ସ୍ଥାନୀୟ ଲୋକମାନେ ଆସି ପ୍ରାଣବନ୍ଧୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । କୂଅରେ ମୃତଦେହ ଦେଖି ପୁଲିସକୁ ଜଣେଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା । ଆଜି ସକାଳେ ପୁଲିସ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଚଳାଇଛି । Advertisement
ଓଲଟିଲା ବାଜାପାର୍ଟି ଗାଡି – ୬ ଗୁରୁତର , ୧୨ ଆହତ ଛେଣ୍ଡିପଦା – ଅନୁଗୁଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ଭାରସାମ୍ୟ ହରାଇ ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବାଜାପାର୍ଟି ପିକଅପ ଗାଡି…
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ତିନି ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର କତଡା ଠାରେ ଟ୍ରକ ପଛରେ ମୋଟରସାଇକେଲ ବାଡେଇ ହୋଇ ଜଣଙ୍କର…