ମୁଖ୍ୟ ଖବର ପୋଖରୀରେ ବୁଡି ସମ୍ବରର ମୃତ୍ୟୁ Angul OnlineMay 22, 2021May 22, 2021 ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ ପଶି ଆସିଥିଲା । ସମ୍ବରକୁ ଦେଖି ଗାଁ ଲୋକେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ସମ୍ବରଟି ଗାଁ ଭିତରେ ଏଣେତେଣେ ଦୈଡିବା ପରେ ଶେଷରେ ନିରୁପାୟ ହୋଇ ଗାଁ ମନ୍ଦିର ପୋଖରି ଭିତରକୁ ପଶିଯାଇଥିଲା । ଅନେକ ସମୟ ହେଲା ଫସି ରହିବା ପରେ ଖବର ପାଇ ଛେଣ୍ତିପଦା ବନବିଭାଗ ପହଞ୍ଚି ପୋଖରୀ ଚତୁପାର୍ଶ୍ବରୁ ଲୋକଙ୍କୁ ଘଉଡାଇବା ଚେଷ୍ଟା ଚଳାଇବା ସହିତ ପାଣି ଭିତରେ ପଶି ସମ୍ବରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ହେଲେ ଶେଷରେ ପାଣି ଭିତରେ ହିଁ ସମ୍ବରଟିର ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ମୃତ ସମ୍ବରଟିର ବ୍ୟବଛେଦ କରି ତଦନ୍ତ କରୁଛି । https://angulonline.com/odia/wp-content/uploads/2021/05/2333.mp4 Advertisement
ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ଚଳିତ ବର୍ଷ ୪ ଟନ ଓଜନର ଲଡୁ ହେବ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ବେଶ୍ ଧୁମଧାମରେ ପାଳିତ ହେଉଛି ଗଣପର୍ବ ଗଣେଶ ପୂଜା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ପୁରା ସହର । ୨୭…
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ.ଆଇ.ଙ୍କୁ ଧରିଲା ଭିଜିଲାନ୍ସ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଡ଼ିଲେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । 35 BNSS ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି…