ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଦଳ ଛାଡ଼ିଥିବା ସୂଚନା ଦେଇଛନ୍ତି । ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ସଞ୍ଜୀବ ବିଧାୟକ ହୋଇଥିଲେ । ଏପରିକି ବିଜେଡ଼ିର ପୂର୍ବତନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଅତି ଘନିଷ୍ଠ ଭାବେ ଗଣାଯାଉଥିଲେ । ୨୦୦୯ ମସିହାରେ ସେ ୧୮ହଜାର ୯୮୧ଖଣ୍ଡ ଭୋଟ୍ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ହଜାର ୫୩୩ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ । ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍ ଦେଇଥିଲା । ଏହା ପରଠୁ ସଞ୍ଜୀବ ଅସନ୍ତୁଷ୍ଟ ଥିଲେ ।


