ମୁଖ୍ୟ ଖବର ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ Angul OnlineNovember 4, 2022November 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ ୨୦୧୮ – ୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା । ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ । ତେବେ ଅଡିଟ ବେଳେ ଚାଉଳ ପାଇଁ ଦିଆ ଯାଇଥିବା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଥିଲା । ଦୁଇ ଏଜେଣ୍ଡ ମିଶି ପ୍ରାୟ ୧୯୪୭.୧୧ କିଣ୍ଡାଲ ଚାଉଳ ହେରାଫେରି ହୋଇଥିବା ଜଣାପଡିଛି । ହେରଫେର ହୋଇଥିବା ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏତେ ପରିମାଣର ଚାଉଳ ହେରଫେର ହୋଇଥିବା ଜଣା ପଡିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । Advertisement
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ ବ୍ଲକ ସିନିୟର ଆସିଷ୍ଟାଣ୍ଡ କ୍ଳର୍କ ଅନୁଗୁଳ – ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଡ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା…
ହାତଗଣ୍ଠି ପଡ଼ିଥାନ୍ତା – ପଡିଲା ହାତକଡି ଅନୁଗୁଳ – ଆଜି (ଗୁରୁବାର) ଥିଲା ବାହାଘର । ବରଯାତ୍ରୀ ଧରି , ରୋଷଣୀ କରି ଆସିଥାନ୍ତେ ଆଉ ବେଦିରେ ବସି ହାତଗଣ୍ଠି ପଡ଼ିଥାନ୍ତା । ହେଲେ…
ଲାଞ୍ଚୁଆ ଆର୍.ଆଇ.ଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଗତ ୧୫/୦୩/୨୦୧୩ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ସ୍ପେସିଆଲ ଜଜ…