ଆଞ୍ଚଳିକ ରାଜ୍ୟ ଅଭିଭାବକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ Angul OnlineJune 23, 2021June 23, 2021 ଅନୁଗୁଳ – ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘଦିନରୁ ପ୍ରଭାବୀ ଢଙ୍ଗରେ ଲଢେଇ କରିଆସୁଛି । ଆଗାମୀ ଦିନରେ ସାରା ରାଜ୍ୟରେ ଶିକ୍ଷାର ବୈପ୍ଳବିକ ସଂସ୍କାର ଓ ଅଭିଭାବକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସହ ଘରୋଇ ଶିକ୍ଷା ବ୍ୟବସ୍ଥା ନେଇ ମହାସଂଘ ପ୍ରୟାସରତ । ଓଡିଶାର ବିଭିନ୍ନ ଜିଲ୍ଳାରେ ଥିବା ସମସ୍ୟାକୁ ସମାଧାନ କରିବା ନିମନ୍ତେ “ରାଜ୍ୟ ଅଭିଭାବକ ମହାସଂଘ” ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଅଛି । ଅଭିଭାବକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟଙ୍କ ସାରା ଓଡ଼ିଶାରୁ ୧୦୦ ଜଣିଆ ଟିମ୍ କୁ ଅନୁମୋଦନ କରିଛନ୍ତି । ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାରୁ ୬ଜଣଙ୍କୁ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି । ସଞ୍ଜୀବ କୁମାର ପଟ୍ଟନାୟକଙ୍କୁ ସଂଯୋଜକ, ଶୁଭ୍ରାଂଶୁ ପ୍ରଧାନଙ୍କୁ ସହ ସଂଯୋଜକ , ଦେବରଞ୍ଜନ ସାମଲଙ୍କୁ ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ସେହିଭଳି ବିସ୍ମୟ କୁମାର ଦାସ, ରଞ୍ଜିତ କୁମାର ପାତ୍ର ଓ ପ୍ରଭାତ କୁମାର ନାଥଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଗତ କିଛି ବର୍ଷ ଧରି ଅନୁଗୁଳ ଜିଲ୍ଲାରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟ ବନ୍ଦ କରିବାପାଇଁ ପ୍ରଶାସନ ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ସ୍କୁଲ ବଞ୍ଚାଅ – ଶିକ୍ଷା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ । ଏହି ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ ଦେଇଥିଲେ । ଏହି ଦାୟିତ୍ୱରେ ମନୋନୀତ ହେଲାପରେ ଅନୁଗୁଳ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଓ ଅଭିଭାବକ ମାନଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଅଭିଭାବକ ମହାସଂଘ ଲଢେଇ କରିବି ବୋଲି ସଂଯୋଜକ ଶ୍ରୀ ପଟ୍ଟନାୟକଙ୍କ ପ୍ରକାଶ କରିଛନ୍ତି । ତତ୍ ସହିତ କରୋନା ମହାମାରୀ ସମୟରେ ସ୍କୁଲ ଫି ଆଦାୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟ ସରକାର ଦେଇ ଥିବା ନିର୍ଦ୍ଦେଶନାମାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଅର୍ଗାନାଇଜିଂ ସେକ୍ରେଟାରୀ ସାମଲ ସୂଚନା ଦେଇଛନ୍ତି । Advertisement
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ…