ମୁଖ୍ୟ ଖବର କଟକଣା ଭିତରେ ତାଳଚେର ପୌରାଞ୍ଚଳ Angul OnlineApril 22, 2021April 22, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପକ୍ଷରୁ ପ୍ରଶାସନ କଟକଣା ଜାରି କରିଛି । ପ୍ରସଶାସନ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଡକାଯାଇ ଆଜି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି । Advertisement
ସବୁ ମହଲରୁ ନିନ୍ଦା , ତିରସ୍କାର , କାର୍ଯ୍ୟାନୁଷ୍ଠାନ ଦାବି ଅନୁଗୁଳ – ତାଳଚେର ଅଞ୍ଚଳର ଝିଅ ସୁଭଦ୍ରାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଜିଲ୍ଲାବାସୀ । ଦିନ ଦ୍ଵିପହରରେ…
ଯାତ୍ରୀବାହି ବସ୍ ଓଲଟି ୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ଣରେ ସରକାରୀ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା…
ଝିଅକୁ ନ୍ୟାୟ ଦେବା ପାଇଁ ୧୦ କିମି ଚାଲିଚାଲି ଆସି ଏସ୍.ପି. ଅଫିସ ଘେରିଲେ ଶତାଧିକ ମହିଳା ଅନୁଗୁଳ – ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…