ମୁଖ୍ୟ ଖବର ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ Angul OnlineSeptember 12, 2022September 13, 2022 ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ ସ୍କୁଲରେ ଆଜି(ସୋମବାର) ଆଇରନ ବଟିକା ଦିଆ ଯାଇଥିଲା । ସ୍କୁଲରେ ପ୍ରାୟ ୧୦୦ ପିଲା ଏହି ବଟିକା ଖାଇଥିଲେ । ତେବେ ଅପରାହ୍ନରେ କିଛି ଛାତ୍ରଛାତ୍ରୀଙ୍କର ପେଟ କାଟି ଥିଲା ତ ଆଉ କାହାର ବାନ୍ତି ହୋଇଥିଲା । ଆଉ କିଛି ପିଲାଙ୍କର ଗୋଡ଼ହାତ ଝିମଝିମ ହୋଇଥିବା ଅଭିଭାବକ ମାନେ କହିଛନ୍ତି । ପିଲାଙ୍କର ଏଭଳି ଅବସ୍ଥା ଦେଖି ସେମାନେ ସେମାନଙ୍କ ପିଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡ଼ାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଛି । ସେପଟେ ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରା ଯାଇଥିବା ବେଳେ ପିଲାଙ୍କୁ ଆଇରନ ବଟିକା ଦିଆ ଯାଇଥିଲା , ଆଉ ଏ ନେଇ ଅଧିକ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ଦୁଇ ମଟରସାଇକେଲ ମୁହାଁ ମୁହିଁ ଧକ୍କା , ନାବାଳିକା ମୃତ,୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭଟ୍ଟପାଳ ଗ୍ରାମ ଠାରେ ଗୁରୁବାର ମଧ୍ୟାହ୍ନରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ…
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…